ଶିତିକଣ୍ଠ ଦାଶଙ୍କର ମୁଖ୍ୟମନ୍ତ୍ରୀ କରୋନା ପାଣ୍ଠିକୁ 11 ଲକ୍ଷ 43 ହଜାର ଟଙ୍କା ପ୍ରଦାନ

ଭୁବନେଶ୍ୱର: ଆମେରିକାରେ ଅବସ୍ଥାପିତ ବିଶିଷ୍ଟ ଓଡ଼ିଆ ଉଦ୍ୟୋଗପତି ଓ ଜନହିତୈସି ତଥା ବାୟୋଟେକ ବୈଜ୍ଞାନିକ ଡ଼ଃ ଶିତିକଣ୍ଠ ଦାଶ କରୋନା ଭୁତାଣୁର ମୁକାବିଲା ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ କୋଭିଟ -19 ରିଲିଫ ପାଣ୍ଠି କୁ 15000 ଆମେରିକୀୟ ଡଲାର ଅର୍ଥାତ ଏଗାର ଲକ୍ଷ ତେୟାଳିଶି ହଜାର ଟଙ୍କା ଅନୁଦାନ ରାଶି ପ୍ରଦାନ କରିଛନ୍ତି ।

ମିନେସଟା ରାଜ୍ୟର ମିନିଆପଲିସି ଠାରେ ଔଷଧ ତିଆରି କାରଖାନା ୟୁ .ଏ .ଏସ ଲାବୋରେଟରୀର ପ୍ରତିଷ୍ଠାତା ଡ଼ଃ ଦାଶ ସାରା ବିଶ୍ୱରେ କରୋନା ମହାମାରୀଦ୍ୱାରା ସୃଷ୍ଟି ହୋଇଥିବା ଆତଙ୍କ ପରିପ୍ରେକ୍ଷୀରେ ତାଙ୍କର ମାତୃପ୍ରଦେଶ ଓଡିଶା ସରକାର ଏହାର ପ୍ରତିଷେଧକ ପାଇଁ ଗ୍ରହଣ କରିଥିବା ଶକ୍ତ ପଦକ୍ଷେପ ଗୁଡିକୁ ସ୍ୱାଗତ କରିଛନ୍ତି।  ତାଙ୍କର ଏହି ଯତକିଂଚିତ ଦାନ କରୋନାର ନିରାକରଣ ଦିଗରେ ରାଜ୍ୟ ପ୍ରଶାସନ ପାଇଁ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

  ଓଡିଶା ସୋସାଇଟି ଅଫ ଆମେରିକାର ପୂର୍ବତନ ସଭାପତି ଡ଼ଃ ଦାଶ ରାଜ୍ୟର ଏହି ବିପଦ ବେଳରେ ତାଙ୍କ ଭଳି ବିଦେଶରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନେ ମୁକ୍ତ ହସ୍ତରେ ସାହାଯ୍ୟ ପ୍ରଦାନ କରିବାକୁ ନିବେଦନ କରିଛନ୍ତି । ଵିୟୋଟେକ ବିଭାଗର ଜଣେ ବିଖ୍ୟାତ ବୈଜ୍ଞାନିକ ଭାବେ ଆନ୍ତର୍ଜାତିକ ସ୍ତରରେ ସୁପରିଚିତ ଡ଼ଃ ଦାଶଙ୍କର ପ୍ରୋବାୟୋଟଟିକ କ୍ଷେତ୍ରରେ ବହୁ ଉଦ୍ଭାବନ ରହିଛି | ବିଶ୍ୱର ଅଗ୍ରଣୀ ଦାତବ୍ୟ ଅନୁଷ୍ଠାନ ଡ଼ଃ ଦାଶ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧକ୍ଷ ଡ଼ଃ ଶିତିକଣ୍ଠ ଦାଶ ଭୁବବେଶ୍ୱର ସ୍ଥିତ ଆଇ. ଆଇ. ଟି. ଠାରେ ଏକ ଇନୋଭେସନ ସେଣ୍ଟର ପ୍ରତିଷ୍ଠା କରିବା ସହିତ ଏହାକୁ ପରିଚାଳନା ମଧ୍ୟ କରୁଛନ୍ତି |

ତାଙ୍କର କବୟିତ୍ରୀ ପତ୍ନୀ କଳ୍ପନା ଦ।ଶ ଓ ପରବାର ସହିତ ଆମେରିକାର ଏଡିନା ସହରରେ ବସବାସ କରୁଥିବା , ଡ଼ଃ ଦାଶ ସେଠାରେ ସବୁଠୁ ବଡ ହିନ୍ଦୁ ମନ୍ଦିର ନିର୍ମାଣ କରିଛନ୍ତି | କଟକ ଜିଲ୍ଲାର ସାଲେପୁର ଅନ୍ତର୍ଗତ ଟୁନପୁର ନିବାସୀ ଡ଼ଃ ଦାଶ ନିଜ ଗ୍ରାମରେ ଜଗନ୍ନାଥ , ଦୁର୍ଗା , ଗଣେଶ ମନ୍ଦିର ପ୍ରତିଷ୍ଠା କରିବା ସାଙ୍ଗକୁ ଭେଡା ସମେତ ରାଜ୍ୟର ଛଅ ଗୋଟି ହାଇସ୍କୁଲ ପରିଚାଳନା ,ଉଦୟଗିରିଠାରେ ମହିଳା ପଲିଟେକ୍ନିକ ଏବଂ ବିଜୟା , ବସୁନ୍ଧରା ଓ ଆଦୃତ ଭଳି ତିନୋଟି ଅନାଥାଶ୍ରମ ସ୍ଥାପନରେ ସହାୟତା ପ୍ରଦାନ କରିଛନ୍ତି।

ଜଗନ୍ନାଥ ଧର୍ମର ଜଣେ ପରମ ପ୍ରୋତ୍ସାହକ , ଡ଼ଃ ଦଶ ଦୀର୍ଘ ପଚାଶ ବର୍ଷ ଧରି ଆମେରିକାରେ ଓଡ଼ିଶାର କଳା , ସଂସ୍କୃତି , ଐତିହ୍ୟ , ପରମ୍ପରା , ଭାଷା ,ସାହିତ୍ୟ , ପରିପାଟି , ପର୍ଯ୍ୟଟନ ଓ ବ୍ୟଞ୍ଜନର ପ୍ରସାର ଓ ପ୍ରଚାର ତଥା ଏହାକୁ ଲୋକପ୍ରିୟ କରିବାରେ ଉଲେଖଯୋଗ୍ୟ ଯୋଗଦାନ ପ୍ରଦାନ କରି ଆସୁଛନ୍ତି |

Spread the love