ଅଲଣ୍ଡା ପଞ୍ଚାୟତରେ ରାଜନୈତିକ ହିଂସା : ୬ ଜଣଙ୍କୁ ଗିରଫ କଲା ପୋଲିସ

ପୁରୀ ୧୮।୨: କୃଷ୍ଣପ୍ରସାଦ ବ୍ଲକ୍ ଅଲଣ୍ଡା ପଞ୍ଚାୟତରେ ଗତ ୧୬ ତାରିଖ ପ୍ରଥମ ପର୍ଯ୍ୟାୟ ଭୋଟ୍ ବେଳେ ରାଜନୈତିକ ହିଂସା ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ ।  ଗିରଫ ଅଭିଯୁକ୍ତମାନେ ହେଲେ ସୁରେନ୍ଦ୍ର ବାରିକ, ଅନନ୍ତ ବାରିକ, କେଦାର ତରେଇ, ସୁରେନ୍ଦ୍ର ନାଥ ଜେନା, ମେଘନାଥ ସାହୁ, ଭଗବାନ ସାହୁ ।

ଗତ ୧୬ ତାରିଖ ଦିନ ଭୋଟ ଚାଲିଥିବା ସମୟରେ ଅଲଣ୍ଡା ଓ ତିଛିଣି ଗାଁ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ସହ ଦୀର୍ଘ ସମୟ ଧରି ବାଉଁଶ ଓ ଠେଙ୍ଗାରେ ସଂଘର୍ଷ ହୋଇଥିଲା । ଘଟଣାସ୍ଥଳରେ ୪୦ରୁ ଉର୍ଦ୍ଧ୍ବ ଲୋକେ ଆହତ ହୋଇଥିଲେ । ତେବେ ଏହି ଘଟଣାକୁ ପୋଲିସ ଗୁରୁତର ସହ ନେଇଥିବା ବେଳେ କୃଷ୍ଣପ୍ରସାଦ ପୋଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ପ୍ରେସ ବିବୃତି ମାଧ୍ୟମରେ ପୁରୀ ପୋଲିସ ସୂଚନା ଦେଇଛି । 

Spread the love