ଟ୍ରକ ଏବଂ କାର ମୁହାଁମୁହିଁ ଧକ୍କା, ୬ ମୃତ

ମଧ୍ୟପ୍ରଦେଶର ସାଗରରେ ଭୟଙ୍କର ସଡ଼କ ଦୁର୍ଘଟଣା । ଟ୍ରକ ଏବଂ କାର ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ସାନୋଧା ଥାନା ଅଞ୍ଚଳରେ ଘଟିଛି। ଦୁର୍ଘଟଣା ଏତେ ଭୀଷଣ ଥିଲା ଯେ, କାର ସଂପୂର୍ଣ୍ଣ ଚୁରମାର ହୋଇଯାଇଥିଲା । ସୂଚନା ମୁତାବକ, କାର୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।  ସାଗରରୁ ଗାଡି ଗଢାକୋଟା ଯାଉଥିବା ବେଳେ ବିପରୀତ ଦିଗରେ ଏକ ଟ୍ରକ ଦ୍ରୁତଗତିରେ ଆସିଥିଲା । ଫଳରେ ମୁହାଁମୁହିଁ ଧକ୍କା ହୋଇଥିଲା । କାରରେ ୭ ଜଣ ଯୁବକ ଥିଲେ । ଏହି ଦୁର୍ଘଯଣାରେ କାରର ଷ୍ଟିୟରିଂ ଭାଙ୍ଗି ଯାଇଥିଲା । ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ଘଟିଥିଲା। ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଏବେ ଚିକିତ୍ସାଧୀନ ଅଛନ୍ତି। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତକମାନେ ହେଲେ ମୁକେଶ ରେକୱାର, ପଙ୍କଜ ରେକୱାର,ବ୍ରଜେଶ ଠାକୁର, ଅର୍ପିତ ଜୈନ,ଗଣେଶ ରେକୱାର ଓ ପବନ ରେକୱାର। କାରରେ ୭ ଜଣ ଲୋକ ଥିଲେ । ଦୁର୍ଘଟଣାରେ କାରର ସମ୍ମୁଖ ଅଂଶ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ପୋଲିସ ୨ଟି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ପୋଲିସ ଫେରାର ଡ୍ରାଇଭରଙ୍କୁ ଖୋଜୁଛି । ଘଟଣା ସ୍ଥଳରେ ଏଡିଓପି ଅଶୋକ ଚରୋସିଆ, ଥାନା ଅଧିକାରୀ ଦିବ୍ୟ ପ୍ରକାଶ ତ୍ରିପାଠୀ ପହଞ୍ଚି ଯାଞ୍ଚ କରୁଛନ୍ତି ।

Spread the love