କଣ ଅକ୍ଷୟଙ୍କ ପାଖରେ ଅଛି ୨୬୦ କୋଟିର ପ୍ରାଇଭେଟ୍‌ ପ୍ଲେନ୍ ?

ମୁମ୍ଵାଇ ୧୬।୧୦: ବଲିଉଡ୍‌ର ଖିଲାଡି କୁମାର ଅକ୍ଷୟ । ତାଙ୍କର କୁଲ୍‌ ଏନର୍ଜେଟିକ୍‌ କେହି ନାହାନ୍ତି । ଅଭିନୟ ସହ ପର୍ସନାଲ ଲାଇଫ୍‌ରେ ବି ସେ ସବୁବେଳେ ମଜାଦାର ମୁଡ୍‌ରେ ଥାଆନ୍ତି। ଅଭିନେତାଙ୍କୁ ରାଗିବାର ଖୁବ୍‌ କମ୍‌ ଦେଖିବାକୁ ମିଳେ । ହେଲେ ବର୍ତ୍ତମାନ ଏପରି କିଛି ଖବର ଆସିଛି । ଯାହା ଶୁଣିବା ପରେ ଅକ୍ଷୟ ନିଜେ ରାଗି ଯାଇଛନ୍ତି। ନିକଟରେ ଅକ୍ଷୟ କୁମାରଙ୍କ ଲାଇଫ୍‌ ରେ ଏକ ଛୋଟ ଉଦାହାରଣ ଅଛି । ତାହା ହେଲେ ସିଧି ବାତ୍‌ ନୋ ବକବାସ୍ ।  ସେ କେବେ କଥାକୁ ବୁଲାଇକି କୁହନ୍ତି ନାହିଁ କି ଶୁଣିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଏବେ ସେ ନିଜକୁ ନେଇ ଏକ ଭୁଲ୍‌ ଖବର ପଢି ଦେଇଛନ୍ତି ପରେ ରାଗି ଯାଇଛନ୍ତି। ସେଥିରେ ଲେଖା ହୋଇଛି କି ତାଙ୍କ ପାଖରେ ୨୬୦ କୋଟିର ପ୍ରାଇଭେଟ୍‌ ଜେଟ୍‌ ଅଛି।

ଅକ୍ଷୟଙ୍କୁ ଏହି ମିଛ ଖବର ବିଲକୁଲ୍‌ ପସନ୍ଦ ଆସିା ନାହିଁ।  ସେଥିରେ ସେ ଲେଖି ଦେଲେ ଲାଏର ଲାଏର ପଏଣ୍ଟ ଅନ୍‌ ଫାଏର।  ପିଲା ବେଳୁ ଶୁଣିଛି । କିନ୍ତୁ କିଛି ଲୋକ ଏବେ ବି ବଡ ହୋଇ ନାହାନ୍ତି । ଏପରି ବେକାର ଉତ୍ତର ଦେବା ମୁଡ୍‌ରେ ନାହିଁ । ତେବେ ଅକ୍ଷୟଙ୍କ ଏହି ପୋଷ୍ଟରୁ ପୂରା ଜଣା ପଡୁଛି କି ତାଙ୍କ ପାଖରେ ୨୬୦ କୋଟିର ପ୍ରାଇଭେଟ୍‌ ପ୍ଲେନ୍‌ ନାହିଁ । ଏହା ପୂରାପୁରି ଗୁଜବ ଅଟେ । ଅକ୍ଷୟଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଦୀପାବଳିରେ ତାଙ୍କ ଫ୍ୟାନ୍ସମାନେ ବ୍ଲକବଷ୍ଟର ଫିଲ୍ମକୁ ଅପେକ୍ଷା କରିଛନ୍ତି। ରକ୍ଷାବନ୍ଧନ ପରେ ଏବେ ରାମ ସେତୁକୁ ନେଇ ଆସୁଛନ୍ତି। ଏହାର ଟିଜର ରିଲିଜ୍‌ ହୋଇସାରିଛି ।  

Spread the love