ରାତିରେ ନିଦ ନଆସିବାର ମୁଖ୍ୟ କାରଣ

ସମସ୍ତଙ୍କ ପାଇଁ ନିଦ ନିହାତି ଜରୁରୀ ହୋଇଥାଏ । ଶରୀର ସୁସ୍ଥ ରଖିବା ପାଇଁ ନିଦର ମଧ୍ୟ ଯଥେଷ୍ଟ ଆବଶ୍ୟକତା ରହିଛି । ଯାହାଦ୍ୱାରା ଶରୀର ଉପରେ ଏହାର କୁପ୍ରଭାବ ପଡିଥାଏ । ତେବେ ଏହାର ସବୁଠୁ ଏକ ବଡ କାରଣ ହୋଇପାରେ ଇଲେକ୍ଟ୍ରିକାଲ ଡିଭାଇସ । ମୋବାଇଲ କିମ୍ବା ଲାପଟପ ଭଳି କିଛି ଡିଭାଇସ ବ୍ୟବହାର କରିବା ନିଦ ନ ଆସିବାର ଏକ ପ୍ରମୁଖ କାରଣ । ଫଳରେ ବହୁତ ଲୋକ ଏଥିରୁ ବଞ୍ଚିବା ପାଇଁ ଔଷଧ ମଧ୍ୟ ନେଇଥାନ୍ତି । କିନ୍ତୁ ଏହାଠୁ ଭଲ ଉପାୟ ହେଉଛି ବ୍ରିଦିଙ୍ଗ ୪-୭-୮ ଟେକନିକ ।

୪-୭-୮ ବ୍ରିଦିଙ୍ଗ ଟେକନିକ ଦ୍ୱାରା ଆପଣ ଏହି ସମସ୍ୟାରୁ ବାହାରି ପାରିବେ । ୪-୭-୮ ବ୍ରିଦିଙ୍ଗ ଟେକନିକ ଅର୍ଥାତ ଆପଣ ପ୍ରଥମେ ୪ ସେକେଣ୍ଡ ପାଇଁ ପ୍ରଶ୍ୱାସ ନିଅନ୍ତୁ, ପରେ ଏହାକୁ ୭ ସେକେଣ୍ଡ ପର୍ଯ୍ୟନ୍ତ ରଖନ୍ତୁ ଏବଂ ଏହାପରେ ୮ ସେକେଣ୍ଡ ପର୍ଯ୍ୟନ୍ତ ଏହାକୁ ଧିରେ ଧିରେ ଛାଡିବାକୁ ପ୍ରୟାସ କରନ୍ତୁ । ଏହାଦ୍ୱାରା ଆପଣଙ୍କ ମସ୍ତିସ୍କ ଶାନ୍ତ ରହିବ ଏବଂ ମାଂସପେଶୀ ଜନିତ ସମସ୍ୟାରୁ ଦୂର କରିବା ସହିତ ଭଲ ନିଦ ଆଣିଥାଏ । ଏହି ଟେକନିକ ଦ୍ୱାରା ମାତ୍ର ୬୦ ସେକେଣ୍ଡ ଭିତରେ ଆପଣଙ୍କୁ ନିଦ ଆସିଯିବ ବୋଲି ଦାବି କରାଯାଇଛି । ଏହି ଟେକନିକ ନିଜର ରାଗ ଏବଂ ମାଇଗ୍ରେନ ସମସ୍ୟା ଉପରେ ମଧ୍ୟ ନିୟନ୍ତ୍ରଣ ଦେଇଥାଏ । ଏହି ଟେକନିକକୁ ୬ ସପ୍ତାହ ପର୍ଯ୍ୟନ୍ତ ଜାରି ରଖିଲେ ଆପଣଙ୍କ ଶରୀରରେ ଏହାର ପ୍ରଭାବ ପ୍ରତିଫଳିତ ହେବ ବୋଲି ବିଶ୍ୱାସ ରହିଛି ।

Spread the love