ଝିଅମାନଙ୍କ ସ୍କର୍ଟ ମାପି ଦିଆଯାଏ ଡିସକାଉଣ୍ଟ, ଯେତେ ଛୋଟ ସେତେ ଅଧିକ ରିହାତି

ସବୁ ଦୋକାନୀ ନିଜ ବ୍ୟବସାୟକୁ ବଢ଼ାଇବା ପାଇଁ ଡିସକାଉଣ୍ଟ କରନ୍ତି। ଯାହାଦ୍ୱାରା ଗ୍ରାହକ ଡିସକାଉଣ୍ଟରେ ଆକର୍ଷିତ ହୋଇ ଦୋକାନକୁ ଆସନ୍ତି। ଖାସକରି ରେଷ୍ଟୁରାଣ୍ଟରେ ଏମିତି ଡିସକାଉଣ୍ଟ ବହୁତ ଦେଖିବାକୁ ମିଳିଥାଏ। କିନ୍ତୁ ଆଜି ଆମେ ଏମିତି ରେଷ୍ଟୁରାଣ୍ଟ ଏବଂ ଡିସକାଉଣ୍ଟ ବିଷୟରେ ଆପଣଙ୍କୁ କହିବୁ, ଯାହାକୁ ଶୁଣିଲା ପରେ ଆପଣ ମୁଣ୍ଡରେ ହାତ ଦେବେ।

ଏହି ରେଷ୍ଟୁରାଣ୍ଟରେ ଝିଅଙ୍କର ସ୍କର୍ଟ ସାଇଜକୁ ନେଇ ଡିସକାଉଣ୍ଟ ମିଳୁଛି ଅର୍ଥାତ ଯେତେ ଛୋଟ ସ୍କର୍ଟ ସେତେ ଅଧିକ ଡିସକାଉଣ୍ଟ। ଏହି ରେଷ୍ଟୁରାଣ୍ଟ ଜିନାନରେ ରହିଛି ଏବଂ ଏହି ରେଷ୍ଟୁରାଣ୍ଟର ନାମ ଜିୟା ହଟ ପଟ୍‌। ଖାସ୍‌ କଥା ହେଉଛି ଏଠି ଝିଅମାନଙ୍କର ସ୍କର୍ଟ ସାଇଜକୁ ଦେଖି ହିଁ ଏଠାରେ ଡିସକାଉଣ୍ଟ ମିଳୁଛି।ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ରେଷ୍ଟୁରାଣ୍ଟରେ ପ୍ରଥମେ ଝିଅମାନଙ୍କର ସ୍କର୍ଟ ମାପ ନିଆଯାଏ ଏବଂ ଏହାପରେ ଖାଦ୍ୟ ଖାଇବା ପରେ ସେହି ହିସାବରେ ବିଲ୍‌ ତିଆରି କରାଯାଏ। ଅନେକ ମହିଳାଙ୍କୁ ତ ତାଙ୍କର ମିନି ସ୍କର୍ଟ କାରଣରୁ ତାଙ୍କ ବିଲରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ଦିଆଯାଉଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସମଗ୍ର ଚୀନରେ ଏହି ରେଷ୍ଟୁରାଣ୍ଟ ବହୁତ ପପୁଲାର। ଏବେ ନୂଆ ନିୟମ ମୁତାବକ ଯଦି ମହିଳାଙ୍କର ସ୍କର୍ଟ ଆଣ୍ଠୁ ଠାରୁ ୧୩ ଇଞ୍ଚ ପର୍ଯ୍ୟନ୍ତ ଉଚ୍ଚା ହୋଇଥିବ ତାହେଲେ ତାଙ୍କୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ଦିଆଯାଉଛି।
Spread the love