ଇଣ୍ଡିଆ ବୁକ୍‌ ଅଫ ରେକର୍ଡ୍‌ସରେ କ୍ଷୁଦ୍ରତମ ରାମମନ୍ଦିର

ବ୍ରହ୍ମପୁର : ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମୟରେ ବାଲୁକାଶିଳ୍ପୀ ସୂର୍ଯ୍ୟନାରାୟଣ ମହାରଣା କାଠରେ କ୍ଷୁଦ୍ରତମ ରାମ ମନ୍ଦିର ନିର୍ମାଣ କରିଥିଲେ। ଯାହାର ଉଚ୍ଚତା ୨ ସେଣ୍ଟି ମିଟର ଏବଂ ଓସାର ୫ ମିଲି ମିଟର ରହିଥିଲା। ଜାନୁଆରୀ ୧୯ ତାରିଖରେ ସୂର୍ଯ୍ୟନାରାୟଣ ଏହି କଳାକୃତି ନିର୍ମାଣ କରିଥିବା ବେଳେ ୨୩ ତାରିଖରେ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ଦେବାକୁ ଆବେଦନ କରିଥିଲେ। ତେବେ ଏହି କଳାକୃତିକୁ ଇଣ୍ଡିଆ ବୁକ ଅଫ ରେକର୍ଡସ ପକ୍ଷରୁ ପ୍ରଶଂସା କରାଯିବା ସହ ଏହା ରେକର୍ଡ କରିଥିବା ନେଇ ଗୁରୁବାର ଇ-ମେଲ ଜରିଆରେ ସୂଚନା ଦିଆଯାଇଛି। ଆଗାମୀ ଦିନରେ ଏହି କଳାକୃତି ଅନ୍ୟାନ୍ୟ ରେକର୍ଡ ମଧ୍ୟ ହାସଲ କରିବ ବୋଲି ସୂର୍ଯ୍ୟନାରାୟଣ କହିଛନ୍ତି।

Spread the love