ବୀମା ପଲିସି ନାମରେ ୩୬ଲକ୍ଷ ଜାଲିଆତି ଅଭିଯୋଗ

ନାଲକୋର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ୩୬ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । ସ୍ମାର୍ଟ କ୍ୟାପିଟାଲ କମ୍ପାନୀର ଏମଡି ଆଶୁତୋଷ ପାତ୍ର କୋରାପୁଟ ଜିଲ୍ଲା ଦାମୋଯୋଡ଼ିର ଅମରେନ୍ଦ୍ର ମହାନ୍ତିଙ୍କ ଠାରୁ ୩୬ଲକ୍ଷ ଟଙ୍କା ଜାଲି ଦସ୍ତଖତ କରି ଠକି ନେଇଥିବା ଅଭିଯୋଗ ହୋଇଛି । ଦାମୋଯୋଡି ପୁଲିସ ଏନେଇ ମାମଲା ରୁଜୁ କରିଛି ।

ସୂଚନା ଅନୁଯାୟୀ, ଅଭିଯୋଗକାରୀ ଅମରେନ୍ଦ୍ର ମହାନ୍ତି ଅବସର ଗ୍ରହଣ କରିବା ପରେ ପାଇଥିବା ଟଙ୍କା ଏଫଡି କରିବା ପାଇଁ ବ୍ୟାଙ୍କ ଯାଇଥିଲେ ଏବଂ ଅନ୍ୟ ଏକ ବୀମା କମ୍ପାନୀ ସହ ଚୁକ୍ତି ହୋଇଥିଲା । କୌଣସି ସୂତ୍ରରୁ ଖବର ପାଇ ସ୍ମାର୍ଟ କ୍ୟାପିଟାଲର ଏମ୍‌ଡି ଆଶୁତୋଷ ପାତ୍ର କୋରାପୁଟ ସ୍ଥିତ ଅମରେନ୍ଦ୍ରକୁ ପ୍ରଲୋଭିତ କରି କାଗଜପତ୍ର ହାତେଇ ନେଇଥିଲା । ଏହାପରେ ଅମରେନ୍ଦ୍ର ମହାନ୍ତିଙ୍କର ଜାଲ ଦସ୍ତଖତ କରି ୩୬ଲକ୍ଷ ଟଙ୍କା ଚଳୁ କରିନେଇ ଥିବା ଅଭିଯୋଗ ଦର୍ଶାଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠେ ସମ୍ପୃକ୍ତ ବୀମା କମ୍ପାନୀ ଜାଲ ଦସ୍ତଖତକରି କିପରି ଟଙ୍କା ହେରଫେର କଲା ଏବଂ ବ୍ୟାଙ୍କ ତାହା ଜାଣିପାରିଲା ନାହିଁଁ । ଅନ୍ୟପକ୍ଷରେ ସ୍ମାର୍ଟ କ୍ୟାପିଟାଲର କମ୍ପାନୀ ଏମ୍‌ଡି ଦେଇଥିବା ଅଫିସ ଠିକଣା ଭୁଲ ବୋଲି ଜଣାପଡ଼ିଛି ଏବଂ ସେ ଦେଇଥିବା ଫୋନ ନମ୍ବର ମଧ୍ୟ ବନ୍ଦ ଅଛି । ତେଣୁ ଆଶୁତୋଷଙ୍କ ସହ ଯୋଗାଯୋଗ ହୋଇପାରିନାହିଁ ।

Spread the love