ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନକଲେ ବିଧାୟକ

ଭଦ୍ରକ ୨୮/୧୧ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ ବର୍ତ୍ତମାନ ଭଦ୍ରକରେ ଚାଲୁ ରହିଛି । ଆଜି ଭଦ୍ରକ ବ୍ଲକ ଅନ୍ତର୍ଗତ ଚରମ୍ପା ପଞ୍ଚାୟତରେ ଏହି କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଉପସ୍ଥିତ ରହି ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ। ଉକ୍ତ ପଞ୍ଚାୟତର ୯୨୭ ପରିବାରକୁ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି । ଏହା ଦ୍ୱାରା ପ୍ରାୟ ୩୭୦୦ରୁ ଉର୍ଦ୍ଧ୍ୱ ଲୋକ ଉପକୃତ ହୋଇପାରିବେ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଦ୍ୱାରା ଗାଁ ଠୁ ସହର ସମସ୍ତେ ଉପକୃତ ହୋଇପାରୁଛନ୍ତି । ଆଜି ସାଧାରଣ ଲୋକଟିଏ କିପରି ଭଲ ଭାବେ ବଞ୍ଚିପାରିବ ସେନେଇ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଉଛି । ବହୁ ହିତାଧିକାରୀ ଏହି ଜନକଲ୍ୟାଣକାରୀ ଯୋଜନାରେ ସାମିଲ ହେବେ ଓ ଏହାର ଫାଇଦା ପାଇପାରିବେ ବୋଲି ଭଦ୍ରକ ବିଧାୟକ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଚରମ୍ପା ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଯୋଗଦେଇ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।

Spread the love