ଏସଏଚଜିଙ୍କୁ ୧୦ ଲକ୍ଷ ଟଙ୍କା ଅଧିକ ଦେବା ବ୍ୟବସ୍ଥା ସ୍ମୃତି ଇରାନୀ କରିଛନ୍ତି : ଧର୍ମେନ୍ଦ୍ର ପ୍ରଧାନ

ଏସଏଚଜିଙ୍କୁ ୧୦ ଲକ୍ଷ ଟଙ୍କା ଅଧିକ ଦେବା ବ୍ୟବସ୍ଥା ସ୍ମୃତି ଇରାନୀ କରିଛନ୍ତି : ଧର୍ମେନ୍ଦ୍ର ପ୍ରଧାନ
ଦିନେ ମାସ୍କ ରପ୍ତାନି ହେଉନଥିଲା, ଏବେ ମାସ୍କ ରପ୍ତାନୀ ଆରମ୍ଭ ହେଲାଣି । ଆଜି ଦେଶରେ ଦିନକୁ ୪ ଲକ୍ଷ ପିପିଇ କିଟ୍ ନିର୍ମାଣ ହୋଇପାରୁଛି।  
ଭୁବନେଶ୍ୱର / ନୂଆଦିଲ୍ଲୀ : ଦିନେ ମସ୍କ ରପ୍ତାନି ହେଉନଥିଲା, ଏବେ ମାସ୍କ ରପ୍ତାନୀ ଆରମ୍ଭ  ହୋଇଗଲାଣି । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ  ସ୍ମୃତି ଇରାନୀ କହିଛନ୍ତି, ମହିଳା ଉଦ୍ୟମୀମାନଙ୍କ ଦ୍ୱାରା ମାସ୍କ  ତିଆରି କରାଯିବା ଫଳରେ ଆଜି ଏହି ମାସ୍କ ବିଦେଶରେ ବିକ୍ରି ହେଉଛି । ବିଜେପି ମହିଳ ମୋର୍ଚ୍ଚା ଦ୍ୱାରା ଆୟୋଜିତ ଭିଡିଓ କନଫରେନ୍ସିଂରେ ଯୋଗ ଦେଇ ଏହା କହିଛନ୍ତି ଶ୍ରୀମତୀ ଇରାନୀ ।
ଆଜି ବିଜେପି ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାମାନଙ୍କ ଭିଡିଓ କନଫରେନ୍ସିଂ ଆଲୋଚନା ସମୟରେ କେନ୍ଦ୍ର ସରକାରଙ୍କ
ଯୋଜାନା ଉପରେ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜିର ଆଲୋଚନା ସମୟରେ ଉପସ୍ଥିତ ଥିଲେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଇ-ଲଣ୍ଣିଂ, ମାସ୍କ ତିଆରି କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଇରାନୀଙ୍କଲ ଯୋଗଦାନ ରହିଛି । ଏଥିପାଇଁ ଗତ ୬ ବର୍ଷ ଧରି ସେ ତାଙ୍କର ପ୍ରଶାସନିକ ଶକ୍ତିକୁ ଦେଖାଇଛନ୍ତି । ତା ପଛରେ ସେ ଯେଉଁ ତପସ୍ୟା କରିଛନ୍ତି, ତାହା ଆମ ସମସ୍ତଙ୍କ ପାଇଁ ଉଦାହରଣ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ମାସ୍କ ଆଗାମୀ ଦିନରେ ବହୁଳ ବ୍ୟବହାର ହେବ । ଏଥିପାଇଁ ସେ ଶ୍ରୀମତୀ ଇରାନୀଙ୍କୁ  ଧନ୍ୟବାଦ ଦେଇଥିଲେ । ପୂର୍ବରୁ ପିପିଇର ଉତ୍ପାଦନ ଜିରୋ ଥିଲା । ପିପିଇ କିଟ୍ ବିନା କରୋନା ଲଢେଇ ସମ୍ବବ ନୁହେଁ । ଗତ
୨ ମାସ ହେବ ଶ୍ରୀମତୀ ଇରାନୀ ବ୍ୟକ୍ତିଗତ ରୁଚି ନେଇ ଆଜି ଦିନରେ ଦିନକୁ ୪ ଲକ୍ଷ ପିପିଇ କିଟ୍ ନିର୍ମାଣ ହୋଇପାରୁଛି ।
ଅର୍ଥାତ ମାସକୁ ୧ କୋଟିରୁ ଅଧିକ ପିପିଇ କିଟ୍ ନିର୍ମାଣ ହୋଇପାରୁଛି ।  ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଆତ୍ମନିର୍ଭର ଭାରତ ପ୍ୟାକେଜରେ ଶ୍ରୀମତୀ ଇରାନୀ ମହିଳା ଉସଉଚଜିଙ୍କୁ ୧୦ ଲକ୍ଷ ଟଙ୍କା ଅଧିକ ଋଣ ଦେବା ପାଇଁ ମନେଇଛନ୍ତି । ଓଡିଶାର ୪୦ ଲକ୍ଷ ମହିଳାଙ୍କ ବ୍ୟାଂକ ଖାତାରେ ୧୫୦୦ ଟଙ୍କା
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ପଠାଇଛନ୍ତି । ୪୫ ଲକ୍ଷ ଉଜ୍ଜଳା ଯୋଜନା ଖାତାରେ ଆମେ ଓଡିଶାରେ ୫୦୦ କୋଟି
ଟଙ୍କା ପଠାଇସାରିଛୁ । ୩ କୋଟି ୨୪ ଲକ୍ଷ ଲୋକଙ୍କୁ ୫ କେଜି ଚାଉଳ, ୯୦ ଲକ୍ଷ ପରିବାର ପାଇଁ ୩ କେଜି ଡାଲି କେନ୍ଦ୍ର
ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ।  ଆଜିର ଏହି ଭିଡିଓ କନଫରେନ୍ସିଂରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ  ଶ୍ରୀମତୀ ପ୍ରବାତୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love