ମଣିଷକୁ ସେକ୍ସ ପାର୍ଟନର ଭାବି ଅଣ୍ଟା ପାଖରେ ଶୋଇ କରୁଛନ୍ତି ଏଭଳି କାମ

ଅଷ୍ଟ୍ରେଲିଆରେ ଏଇ କିଛିଦିନ ହେବ ମଣିଷ ଉପରେ ସାପମାନଙ୍କର ଆକ୍ରମଣ ମାମଲା ବଢ଼ି ଯାଇଛି। ଏହାକୁ ନେଇ ମ୍ୟାକ୍ୱାରୀ ୟୁନିଭର୍ସିଟିର ବିଶେଷଜ୍ଞମାନେ ଖୁଲାସା କରିଛନ୍ତି କି, ସାପ, ମଣିଷକୁ ନିଜର ସେକ୍ସ ପାର୍ଟନର ଭାବୁଛି। ଏଥିପାଇଁ ଆଟାକ୍‌ କରୁଛି। ସମୁଦ୍ରରେ ପହଁରୁଥିବା ସ୍କୁବା ଡାଇଭର୍ସଙ୍କ ଉପରେ ସବୁଠାରୁ ଅଧିକ ଆକ୍ରମଣ ହେଉଛି। ଲୋକେ ବୁଝି ପାରୁନାହାନ୍ତି କି, ସାପମାନେ ହଠାତ୍‌ ଏତେ ଆକ୍ରମଣାତ୍ମକ କାହିଁକି ହୋଇଯାଇଛନ୍ତି?ବାସ୍ତବରେ, ସାପ, ମଣିଷକୁ ନିଜର ସେକ୍ସ ପାର୍ଟନର ଭାବି ଆକ୍ରମଣ କରୁଛି। ଅଧ୍ୟୟନରୁ ଏମିତି କଥା ଏବେ ସାମ୍ନାକୁ ଆସିଛି। ସାପମାନେ ସ୍କୁବା ଡାଇଭର୍ସଙ୍କ ଉପରେ ଆକ୍ରମଣ କରି ସେମାନଙ୍କୁ ଅନେକ ଜାଗାରେ କାମୁଡ଼ି ଦେଉଛନ୍ତି। ସାମୁଦ୍ରିକ ସାପ, ଭୂମି ଉପରେ ରହୁଥିବା ସାପଙ୍କଠାରୁ ଅଧିକ ବିଷାକ୍ତ ହୋଇଥାଆନ୍ତି। ତେବେ ପୂର୍ବରୁ ମଣିଷକୁ ସାପ କାମୁଡ଼ି ଦେବାର ମାମଲା ଏତେ ସାମ୍ନାକୁ ଆସୁ ନ ଥିଲା, ଯାହାକି ଏବେ ଆସିବାରେ ଲାଗୁଛି। ସାମୁଦ୍ରିକ ସାପ କାମୁଡ଼ାରେ ୧୯୩୫ ମସିହାରେ ଜଣଙ୍କ ମୃତ୍ୟୁ ଘଟିଥିଲା। ପରେ ଦ୍ୱିତୀୟ ମାମଲା ୨୦୧୮ରେ ଆସିଥିଲା। କିନ୍ତୁ ଏବେ ଏହି ମାମଲା ପୂରାପୂରି ବଢ଼ି ଯାଇଛି।

ଅଷ୍ଟ୍ରେଲିଆର ସ୍କୁବା ଡାଇଭର୍ସ ଲଗାତାର ଆଟାକ୍‌ର ଖବର କନ୍‌ଫର୍ମ କରୁଛନ୍ତି। ସି ସ୍ନେକ୍‌ କାମୁଡ଼ାରେ ମଣିଷର ମୃତ୍ୟୁ ହେବାର ସମ୍ଭାବନା ଯଦିଓ ବହୁତ କମ୍‌, କିନ୍ତୁ ମସଲ୍ସରେ ଯନ୍ତ୍ରଣା, ଦୁର୍ବଳ ଲାଗିବା, ବାନ୍ତି ଭଳି ଲକ୍ଷଣ ସାମ୍ନାକୁ ଆସିଥାଏ। ସେପଟେ ୟୁନିଭର୍ସିଟି ଯେଉଁ କାରଣ ଏବେ ଖୁଲାସା କରିଛି, ତାହା ବହୁତ ଆଶ୍ଚର୍ଯ୍ୟଜନକ ରହିଛି। ସାପମାନେ ସ୍କୁବା ଡାଇଭର୍ସଙ୍କୁ ନିଜର ପୋଣ୍ଟେସିୟଲ୍‌ ଲଭର୍ସ ଭାବୁଛନ୍ତି। ସେମାନେ ମଣିଷର ଅଣ୍ଟା ତଳେ ଶୋଇ କାମୁଡ଼ି ପକାଉଛନ୍ତି। ତେବେ ଷ୍ଟଡିରେ ଏହା ମଧ୍ୟ କୁହାଯାଇଛି ଯେ ଅଗଷ୍ଟ ପରେ ସାପମାନଙ୍କ ଆକ୍ରମଣ ମାମଲା କମିଯିବ। କାହିଁକିନା, ସେମାନଙ୍କ ମିଟିଂ ପିରିୟଡ ଶେଷ ହୋଇଯିବ।

Spread the love