ପାଇଖାନା ଟାଙ୍କିରୁ ବାହାରିଲେ ମାଳମାଳ ସାପ ଛୁଆ, ନିଜେ ଉପାସ ରହି ଛୁଆଙ୍କୁ ଜଗିଥିବା ମା’ର ମୃତ୍ୟୁ

ନବ ନିର୍ମିତ ପାଇଖାନା ଟାଙ୍କିରୁ ମୃତ ମା’ ନାଗ ସାପ ସହିତ ଚଉଦଟି ଛୁଆ ନାଗସାପ ଉଦ୍ଧାର କଲେ ସ୍ନେକ ହେଲ୍ପଲାଇନ ସଂଯୋଜକ। ବାଙ୍କୀ-ଡ଼ମପଡା ବ୍ଲକର ଦୁଲଣାପୁର ଗ୍ରାମର ଲକ୍ଷ୍ମୀଧର ପରିଡାଙ୍କ ନୂଆ ପାଇଖାନା ଟାଙ୍କି ଖୋଲି ଦେଖିବା ବେଳକୁ ମା ନାଗ ସାପ ଶୋଇଛି। ପାଖରେ ଦୁଇଟି ସାପ ଛୁଆ ବୁଲୁ ଥିବାର ଦେଖି ଭୟଭୀତ ହୋଇ ବାଙ୍କୀ ସ୍ନେକ ହେଲ୍ପ ଲାଇନ ସଂଯୋଜକ ଲଳିତ ମୋହନ ପଣ୍ଡାଙ୍କୁ ଖବର ଦେଇଥିଲେ। ଖବର ପାଇ ଶ୍ରୀ ପଣ୍ଡା ପହଁଚି ପାଇଖାନାର ଅନ୍ଧାର ଭିତରେ ନାଗ ସାପକୁ ଦେଖିଥିଲେ। ମାତ୍ର ମା ନାଗ ସାପର ମୃତ୍ୟ ହୋଇଥିବାର ଦେଖି ତାକୁ ଟାଙ୍କି ଉପରକୁ ଆଣିଥିଲେ।

ମା ସାପ କୁ ଆଣିବା ପରେ ନିକଟରେ ୧୪ ଗୋଟି ଛୁଆ ନାଗ ସାପ ଦେଖି ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ସାପକୁ ବାଲ୍ଟି ରେ ଆଣି ଉପରକୁ ଆସିଥିଲେ। ସାପ ଗୁଡିକୁ ନିକଟସ୍ଥ ପ୍ରାକୃତିକ ଆବାସ ସ୍ଥଳୀରେ ସୁରକ୍ଷିତ ଅବସ୍ଥାରେ ଛାଡି ଦିଆଯାଇଛି। ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ମା ନାଗ ସାପ ଛୁଆଙ୍କୁ ଖାଇ ଦେଇଥାଏ। ମାତ୍ର ଏଠି ଉପାସରେ ମା ନାଗ ସାପ ଥାଇ ମଧ୍ୟ ତା ଛୁଆଙ୍କୁ ଖାଇ ନ ଥିବାର ସ୍ନେକହେଲ୍ପ ଲାଇନ ସଂଯୋଜକ କହିଛନ୍ତି। ମା ନାଗ ସାପ ଅଣ୍ଡା ଦେଇ ପଳାଇଯାଏ। ମାତ୍ର ଏହି ପାଇଖାନା ଟାଙ୍କିରେ ମା ତାର ଛୁଆଙ୍କୁ ନ ଖାଇ ଜଗି ରହିଥିଲା।

 

Spread the love