ବିନା ଭକ୍ତରେ ହେବ ସ୍ନାନ ପୂର୍ଣ୍ଣିମା ନୀତି

ପୁରୀରେ ସ୍ନାନପୂର୍ଣ୍ଣିମା ନେଇ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଶେଷ । ୨୫ ତାରିଖ ସୁଦ୍ଧା ପ୍ରସ୍ତୁତ ହେବ ନିଯୋଗ ତାଲିକା । ନୀତିରେ କେଉଁ ନିଯୋଗରୁ କେତେଜଣ ରହିବେ, ସେନେଇ ସ୍ପଷ୍ଟ ଉଲ୍ଳେଖ ହେବ । ତାଲିକାନୁସାରେ ସ୍ନାନଯାତ୍ରା ଦିନ ସେତିକି ସେବାୟତଙ୍କୁ ନୀତି ପାଇଁ ଛଡ଼ାଯିବ।

ସୂଚନାଯୋଗ୍ୟ, ୧୦ ନିଯୋଗ ସହ ବୈଠକରେ ହେଲା ଆଲୋଚନା । ବୈଠକରେ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ନୀତି ନେଇ ଆଲୋଚନା ହୋଇଥିବା ଜଣାପଡିଛି। କମ ସେବାୟତରେ ସ୍ନାନ ପୂର୍ଣ୍ଣିମା ନୀତି କରାଯାଇପାରିବ । ପାସ୍ ନେଇ ଚାରି ଦ୍ୱାରରେ ସେବାୟତ ପ୍ରବେଶ କରିପାରିବେ  ବୋଲି ସୂଚନା ମିଳିଛି । ୨୫ସୁଦ୍ଧା ସେମାନେ ସେବାୟତଙ୍କ ସଂଖ୍ୟା ଜଣାଇବାକୁ ପଡିବ । ୩୧ରେ ସରିବ ତାଲାବନ୍ଦ, ଜୁନ ୧ସୁଦ୍ଧା ସ୍ପଷ୍ଟ ହେବ କୋଭିଡ ନିର୍ଦ୍ଦେଶନାମା । ନିର୍ଦ୍ଦେଶନାମା ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ବୈଠକରେ ରଥଟଣା ନେଇ ମଧ୍ୟ ଆଲୋଚନା । ସେବାୟତ ନିଜେ ରଥ ଟାଣିବା ଉପରେ ପ୍ରସ୍ତାବ । ଛତିଶା ନିଯୋଗ ଓ ପରିଚାଳନା କମିଟି ଆଲୋଚନା ପରେ ଏହି ନିଷ୍ପିତି ନିଆଯାଇଛି। ରଥ ର୍ମାଣରେ ସମ୍ପୃକ୍ତ ସେବକଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ଆସିଛି । ପ୍ରଥମ ପ୍ରର୍ଯ୍ୟାୟରେ ଆସିଥିବା ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ା କ୍ରିଷ୍ଣ କୁମାର ସୁଚନା ଦେଇଛନ୍ତି ।

Spread the love