ଏଥର ଭକ୍ତଙ୍କ ଆଗରେ ସ୍ନାନ ଯାତ୍ରା

ପୁରୀ: ଗତ ଦୁଇ ବର୍ଷ ହେଲା ମହାମାରୀ କରୋନା ପାଇଁ ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ଭକ୍ତଙ୍କ ସାମାଗମକୁ ବାରଣ କରାଯାଇଥିବା ବେଳେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ସ୍ନାନଯାତ୍ରା କରିବାକୁ ଛତିଶା ନିଯୋଗ  ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆଲୋଚନାରେ କୁହାଯାଇଛି ଭକ୍ତମାନେ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ସାମିଲ ହୋଇପାରିବେ । ହେଲେ ସ୍ନାନମଣ୍ଡପର ତଳେ ଛିଡ଼ା ହୋଇ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।  ତାହାଛଡ଼ା ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟସ୍ନାନ ପରେ ହାତୀବେଶରେ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବାକୁ ପ୍ରସ୍ତାବ ଦିଆଯାଇଛି ।ହାତୀବେଶ ଦେଖିବାକୁ ମଣ୍ଡପକୁ ଭକ୍ତଙ୍କୁ ୨ରୁ ୩ଘଣ୍ଟା ଛଡ଼ାଯିବାକୁ ଛତିଶା ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ସୂଚନା ଦେଇଛନ୍ତି।

Spread the love