ଦେଶର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସୋଆକୁ ସିଏସ୍‌ଆର ମାନ୍ୟତା

ଭୁବନେଶ୍ୱର,୧୬/୦୫ : ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଂଜନ ନାୟକଙ୍କୁ କମ୍ପିଟିସନ୍ ସକ୍‌ସେସ ରିଭ୍ୟୁ (ସିଏସ୍‌ଆର) ପତ୍ରିକା ପକ୍ଷରୁ ଚଳିତବର୍ଷ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସମ୍ମାନ ପ୍ରଦାନ କରାଯାଇଛି । ସେହିପରି ଚଳିତ ବର୍ଷ ଦେଶର
ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାକ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ସୋଆକୁ ସିଏସ୍‌ଆର ପକ୍ଷରୁ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଏବଂ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ଦେଶର ଶ୍ରେଷ୍ଠ ଇଞ୍ଜିନିୟରିଂ ଓ ହୋଟେଲ ମ୍ୟାନେଜମେଂଟ ଶିକ୍ଷାନୁଷ୍ଠାନଭାବେ ଯୋଗ୍ୟ ବିବେଚିତ ହୋଇଛି ।

ସିଏସ୍‌ଆରର ପତ୍ରିକାର ୬୦ବର୍ଷ ପୁର୍ତି ଅବସରରେ ରାଜଧାନୀ ଦିଲ୍ଲୀର ଏକ ତାରକା ହୋଟେଲରେ ରବିବାର ସନ୍ଧ୍ୟାରେ ଆୟୋଜିତ ହୋଇଥିବା ସମାରୋହରେ ସୋଆର ଅଫିସର ଅନ୍ ସ୍ପେସିଆଲ ଡିୟୁଟି (ଓଏସ୍‌ଡି) ପ୍ରୀତମ ନାୟକ ଏହି ପୁରସ୍କାର ଓ ସାର୍ଟିଫିକେଟ୍ ଗ୍ରହଣ କରିଥିଲେ। ସିଏସ୍‌ଆର ପତ୍ରିକାର ସଂସ୍ଥାପକ ଏସ୍‌ କେ. ସଚଦେବା ସୋଆକୁ ଦେଶର ଆଗାଧାଡିର ଶିକ୍ଷାନୁଷ୍ଠାନ ଭାବେ ପରିଣତ କରିିବା ପାଇଁ ପ୍ରଫେସର ନାୟକ ଯେଉଁ କଠୋର ପରିଶ୍ରମ ଓ ପ୍ରୟାସ କରିଛନ୍ତି ତାହାର ଭୂୟସୀ ପ୍ରଶଂସା କରିଥିଲେ।  ସଚଦେବା ତାଙ୍କ ଭାଷଣରେ କଂପିଟିସନ୍ ସକ୍‌ସେସ ରିଭ୍ୟୁ କିଭଳି ଏକ ସାଧାରଣ ପତ୍ରିକା ଭାବେରୁ ଆରମ୍ଭ ହୋଇ ଗତ ୬୦ ବର୍ଷ ମଧ୍ୟରେ ଦେଶ ବିଦେଶରେ ପ୍ରତିଷ୍ଠା ହାସଲ କରିପାରିଛି ତାହା ଉଲ୍ଳେଖ କରିଥିଲେ। ବିଶେଷଭାବେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସେମାନଙ୍କ ଚାକିରୀ ପାଇବାରେ ଏହି ପତ୍ରିକା ଏକଅଗ୍ରଣୀ ଭୂମିକା ଗ୍ରହଣକରିଛି ବୋଲି ସେ ଦର୍ଶାଇଥିଲେ। ଶ୍ରୀସଚଦେବା ମଧ୍ୟ ଉଲ୍ଳେଖ କରିଥିଲେ ଯେ କୌଣସି ସଂସ୍ଥାକୁ ସଫଳତା ହାସଲ କରିବାକୁ ହେଲେ କଠୋର ପରିଶ୍ରମ, ତ୍ୟାଗ ଓ ପ୍ରତିଭା ଉପରେ ବିଶେଷ ଗୁରୁତ୍ୱ ଦେବାକୁ ପଡିଥାଏ। ଦେଶର ଭବିଷ୍ୟତକୁ ଗଠନ କରିବାରେ ସୋଆ ଭଳି ଶିକ୍ଷାନୁଷ୍ଠାନଗୁଡ଼ିକ ଏଭଳି ଦାୟିତ୍ୱ ନିଭାଉଛନ୍ତି ବୋଲି ସେ କହିଥିଲେ ।

Spread the love