ସୋଆରେ ପର୍ଯ୍ୟଟନ ଉପରେ ଫ୍ୟାକଲଟି ଡେଭେଲପମେଂଟ ପ୍ରୋଗ୍ରାମ

ଭୁବନେଶ୍ୱର, ଅଗଷ୍ଟ ୧୭ : ସୋଆ ଡିମଡ୍ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ସ୍କୁଲ ଅଫ ହୋଟେଲ ମ୍ୟାନେଜମେଂଟ (ଏସଏଚଏମ) ନିକଟରେ ୭ଦିନଧରି ଏକ ଫ୍ୟାକଲ୍ଟି ଡେଭେଲପମେଂଟ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି ।  ଭାରତ ତଥା ଭାରତ ବାହାରୁ ୨୦ ଜଣ ବିଶେଷଜ୍ଞ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ମନ୍ତବ୍ୟ ରଖିଥିଲେ ।  ରିସର୍ଚ୍ଚମେଥଡୋଲଜି ଉପରେ ଏହି କାର୍ଯ୍ୟକ୍ରମରେ ଆଲୋଚନା ଗୁଡିକ ପର୍ଯ୍ୟବେସିତ ହୋଇଥିଲା। ଏଥିରେ ଦେଶ ମଧ୍ୟରୁ ଓ ବିଦେଶରୁ ୬୫ଅନୁଷ୍ଠାନର ୧୨୦ ଜଣ ଫ୍ୟାକଲ୍‌ଟି ଯୋଗ ଦେଇଥିଲେ। ଯୋଗ ଦେଇଥିବା ଅନୁଷ୍ଠାନ ଗୁଡିକ ମଧ୍ୟରେ ବଙ୍ଗଳାଦେଶର ନ୍ୟାସନାଲୟୁନିଭର୍ସିଟି, କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟ, ଆଇଆଇଟିଟିଏମ, ସିପେଟ, ଇଗନୋଉ, ଓଡ଼ିଶା ସରକାରଙ୍କ ଷ୍ଟେଟ କାଉନସିଲଫର ଟେକନିକାଲ ଏଜୁକେସନ ଆଣ୍ଡ ଭୋକେସନାଲ ଟ୍ରେନିଂ, ବିହାର ରୁରାଲ ଲାଇଭଲିହୁଡ ପ୍ରମୋସନ ସୋସାଇଟି ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲେ। ଏସଏଚଏମର ଆଡଭାଇଜର ତଥା ଡିନ ପ୍ରଫେସର ଶିତିକଣ୍ଠ ମିଶ୍ର ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଡାଇରେକ୍ଟର ଭାବେ  ଯୋଗ ଦେଇଥିବା ବିଶେଷଜ୍ଞ ତଥା ଭାଗନେଇଥିବା ଅନୁଷ୍ଠାନ ଗୁଡିକୁ ଧନ୍ୟବାଦ ଦେଇଥିଲେ। ବିଶେଷଜ୍ଞ ମାନଙ୍କ ମଧ୍ୟରେ ଆଇଆଇଏମ, ଇନ୍ଦୋରର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଆମ୍ପରସାଣ୍ଡ ଗ୍ରୁପର  ଚିଫ ଏକାଡେମିକ ଅଫିସର, ପ୍ରଫେସର ତପନ କୁମାର ପଣ୍ଡା, ଗରଓ୍ୟାଲ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟର ପ୍ରଫେସର ଏସ.ସି.ବାଗାରି, ସେଂଟ୍ରାଲ ୟୁନିଭର୍ସିଟିଅଫ ଓଡ଼ିଶାର କୁଳପତି ପ୍ରଫେସରଆଇ.ରାମବ୍ରହ୍ମମ, ଡିଆରଡିଓ ର ଭିଜିଲାନ୍ସ ଆଣ୍ଡ ସିକ୍ୟୁରିଟି ନିର୍ଦ୍ଦେଶକ, ଡ.ଏମକେ ହାଡା, ଦୁବାଇସ୍ଥିତ ଏମିରେଟସ ଏକାଡେମି ଅଫ ହସପିଟାଲିଟି ମ୍ୟାନେଜମେଂଟର ନିର୍ଦ୍ଦେଶକ ପ୍ରଫେସର ସଂଜୟ ନଦକାର୍ଣ୍ଣୀ, ବ୍ରିଟେନସ୍ଥିତ ୟୁନିଭର୍ସିଟି ଅଫ ବ୍ରାଇଟନର ପ୍ରଫେସର ସୁନିଲ ସହଦେବ, ଆଇଆଇଏମ, ଲକ୍ଷ୍ନୌର ପ୍ରଫେସର ସତ୍ୟଭୁଷଣ ଦାଶ ଅନ୍ତର୍ଭୁକ୍ତ ଥିଲେ। ଏସଏଚଏମର ଆସୋସିଏଟ ପ୍ରଫେସର ଅଂଶୁମାନ ସାମଲ ଏହିକାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିବାବେଳେ ଆସୋସିଏଟ ପ୍ରଫେସର ଡ. ସ୍ମିତା ଏସ. ମହାପାତ୍ର ଓ ଡ.ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love