ସୋଆକୁ ସୋସିଆଲ୍ ଲିଡରସିପ୍ ଆୱାର୍ଡ; ୱିମେନ୍ ବିଜନେସ୍ ମେଳାରେ ସୋଆ ସମ୍ମାନିତ

ଭୁବନେଶ୍ୱର,୫/୦୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ସୋସିଆଲ୍ ଲିଡରସିପ୍ ଆୱାର୍ଡରେ ସମ୍ମାନିତ କରାଯାଇଛି । ଇଣ୍ଡିଆନ ଚାମ୍ବର ଅଫ କମର୍ସର ୱିମେନ୍ ଏଂଟ୍ରପ୍ରିନ୍ୟୁରସିପ୍ କାଉନ୍ସିଲ ଦ୍ୱାରା ଆୟୋଜିତ ଭାରତର ପ୍ରଥମ ମହିଳା ଉଦ୍ୟୋଗୀ ମେଳା ଅବସରରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସୋଆପକ୍ଷରୁ ଲୋକସମ୍ପର୍କ ଅଧିକାରୀ ଶୁଭଦର୍ଶିନୀ ମିଶ୍ର ପୂର୍ବତନ ମିସ୍ ୟୁନିଭର୍ସ ତଥା ବଲିଉଡ୍ ଅଭିନେତ୍ରୀ ଲାରା ଦତାଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ ।

ଭୁବନେଶ୍ୱର ଜନତା ମଇଦାନଠାରେ ବୁଧବାର ଆରମ୍ଭ ହୋଇଥିବା ଏହି ମହିଳା ଉଦ୍ୟୋଗୀ ମେଳା ୨୦୨୨କୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫେରନ୍ସ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଉଚ୍ଚଶିକ୍ଷା, କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲ। ମେଳାରେ ଲାରାଦତା ଶୋଭାବର୍ଦ୍ଧନ କରିବା ସହ ବଲିଉଡ୍‌ରେ ନିଜର ଅନୁଭୂତି ଏବଂ ମହିଳା ସଶକ୍ତିକରଣ ସମ୍ପର୍କରେ ମତ ରଖିଥିଲେ। ୧୦୦ରୁ ଉର୍ଦ୍ଧ୍ୱ ମହିଳା ଉଦ୍ୟୋଗୀ ସାମିଲ ହୋଇଥିବା ଏହି ମେଳାରେ ଶିକ୍ଷା ଓ ଅନୁସନ୍ଧାନକୁ ସାମାଜିକ ଦାୟିତ୍ୱ ବହନ ନିମନ୍ତେ ସମ୍ମାନିତ କରାଯାଇଛି। ରାଜ୍ୟର କୋଣଅନୁକୋଣରୁ ଛୋଟ ବଡ଼ ବହୁ ମହିଳା ଉଦ୍ୟୋଗୀ ସାମିଲ୍ ହୋଇଥିବା ଏହିମେଳା ଆସନ୍ତା ମେ ୮ ତାରିଖ ଯାଏଁ ଚାଲିବ ।

Spread the love