ସୋଆ କ୍ରିଏଟିଭୋ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା ରଥ,ପଥ, ଜଗନ୍ନାଥ
ଭୁବନେଶ୍ୱର, ୧୫/୦୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନସେସ୍ (ଆଇଏଏସ୍) ପକ୍ଷରୁ ସୋମବାର ପବିତ୍ର ବାହୁଡା ଦଶମୀ ଉପଲକ୍ଷେ ରଥ, ପଥ, ଜଗନ୍ନାଥ ବିଷୟ ଉପରେ ଆଧାରିତ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଯୋଗ ଦେଇ ମହାପ୍ରଭୁ ଶ୍ର୍ରୀଜଗନ୍ନାଥଙ୍କ ଆଧାରିତ ଚିତ୍ରାଙ୍କନ କରିଥିଲେ। ଏହି ପ୍ରତିଯୋଗିତାରେ ଆଇଏଏସ୍ ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, କ୍ରିଏଟିଭୋ ର ଉପଦେଷ୍ଟା ଡକ୍ଟର ପ୍ରଭାତ କୁମାର ଷଡଙ୍ଗୀ, ଡକ୍ଟର ବିବୁଧ ପରାଶର, ଡକ୍ଟର ଅମୂଲ୍ୟ ପରିଡା ଯୋଗ ଦେଇଥିଲେ । କ୍ରିଏଟିଭୋ ର ମୁଖ୍ୟ ସଂଯୋଜକ ଡକ୍ଟର ଭୁବନାନନ୍ଦ ଅଧିକାରୀଙ୍କ ସଂଯୋଜନାରେ ଏହି ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ଅବସରରେ ଡକ୍ଟର ଦୀପାଲି ଦାଶ, ମାନସ ଦାସ, ବିଶ୍ୱଜିତ୍ ମିଶ୍ର ପ୍ରତିଯୋଗିତା ପରିଚାଳନା କରିଥିବାବେଳେ ଡକ୍ଟର ସୁଶ୍ରୀ ସୁପର୍ଣା ମହାପାତ୍ର, ଡକ୍ଟର ନନ୍ଦିତା ଜେନା, ଡକ୍ଟର ମୁକେଶ କୁମାର ପାତ୍ର ବିଚାରକ ଭାବେ ଯୋଗ ଦେଇଥିଲେ । ଅରୋରା ଫଟୋଗ୍ରାଫି କ୍ଳବର ଛାତ୍ର ସଦସ୍ୟମାନେ ଏହି ପ୍ରତିଯୋଗିତାରେ ବୈଷୟିକ ସହାୟତା କରିଥିଲେ ।