ନୂଆଦିଲ୍ଲୀରେ ସୋଆକୁ ସିଏସ୍‌ଆର୍ ସମ୍ମାନ

ଭୁବନେଶ୍ୱର, ୨୬/୪ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଇଂରାଜୀ ପତ୍ରିକା ‘କମ୍ପିଟିସନ୍ ସକ୍‌ସେସ୍ ରିଭ୍ୟୁ’ ପକ୍ଷରୁ ସିଏସ୍‌ଆର୍ ସମ୍ମାନ ପ୍ରଦାନ କରାଯାଇଛି । ନିକଟରେ ନୁଆଦିଲ୍ଲୀ ଠାରେ ଆୟୋଜିତ ସିଏସ୍‌ଆର୍ ସମ୍ମାନ ଉତ୍ସବରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ‘ସିଏସ୍‌ଆର୍ ଏମିନେଂଟ ଫାଉଣ୍ଡିଙ୍ଗ୍ ଡାଇରେକ୍ଟର ଅଫ୍ ଲିଡିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ସୋଆ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟକୁ ‘ସିଏସ୍‌ଆର୍ ଏକ୍ସିଲେନ୍ସ ଇନ୍ ଏଜୁକେସନ୍‌’ ସମ୍ମାନ ପ୍ରଦାନ କରାଯାଇଛି । ସେହିପରି ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି – ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)କୁ ‘ସିଏସ୍‌ଆର୍ ଲିଡିଂ ଇନ୍‌ଷ୍ଟିଚ୍ୟୁଟ୍ ଫର ଏକ୍ସିଲେନ୍ସ ଇନ୍ କ୍ୟାରିୟର ଡେଭଲପମେଂଟ ’ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ସୋଆକୁ ଭାରତର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପ୍ରଶଂସିତ କରାଯାଇଛି । ନୂଆଦିଲ୍ଲୀର ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଅଫିସର-ଅନ୍‌-ସ୍ପେଶାଲ ଡ୍ୟୁଟି ଶ୍ରୀ ପ୍ରୀତମ ନାୟକ ଓ ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର, ପ୍ରଫେସର ରେଣୁ ଶର୍ମା ସିଏସ୍‌ଆର୍‌ର ଅଧ୍ୟକ୍ଷ ଡକ୍ଟର ଏସ୍‌.କେ. ସଚଦେବଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ ।

Spread the love