ବିଶ୍ୱସ୍ତରୀୟ ଟାଇମ୍ସ ହାୟର ଏଡୁକେସନ ରାଙ୍କିଙ୍ଗରେ ସୋଆ ସ୍ଥାନିତ

ଭୁବନେଶ୍ୱର,୨୮/୧୦:ସମ୍ନାନଜନକ ଟାଇମ୍ସ ହାଇଅର ଏଡୁକେସନ (ଟିଏଚଇ) ୱାର୍ଲଡ ୟୁନିଭର୍ସିଟି  ରାଙ୍କିଙ୍ଗରେ କ୍ରମାଗତ ଦ୍ଵିତୀୟ ବର୍ଷ ଲାଗି ଇଞ୍ଜିନିୟରିଂ, ଟେକ୍ନୋଲୋଜି ଏବଂ କମ୍ପ୍ୟୁଟର ସାଇନ୍ସ କ୍ଷେତ୍ରରେ ୬୦୧-୮୦୦ କାଟେଗୋରୀରେ ସ୍ଥାନପାଇଛି ଶିକ୍ଷା ଓ ଅନୁସନ୍ଧାନ ( ଡିମଡ଼ ଟୁ ବି ) ବିଶ୍ୱବିଦ୍ୟାଳୟ। ବୁଧବାର ପ୍ରକାଶିତ ଏହି ରାଙ୍କିଙ୍ଗରେ କ୍ଲିନିକାଲ, ପ୍ରି କ୍ଲିନିକାଲ ଓ ହେଲଥ କାଟେଗୋରୀରେ ସୋଆ ୬୦୧+ ବ୍ରାକେଟରେ ସ୍ଥାନ ପାଇଛି। ପୂର୍ବରୁ ଟିଏଚଇ ୱାର୍ଲଡ ରାଙ୍କିଙ୍ଗରେ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ୧୦୦୧ ପ୍ଲସ କାଟାଗୋରୀରେ ସ୍ଥାନ ପାଇଥିଲା ସୋଆ। ଉଚ୍ଚଶିକ୍ଷା କ୍ଷେତ୍ରରେ ପାରଦର୍ଶିତାକୁ ନେଇ ଶିକ୍ଷା ପ୍ରଦାନ, ଗବେଷଣା, ସନ୍ଦର୍ଭ, ଶିଳ୍ପ ସଂଶ୍ଲିଷ୍ଟ ଆୟ ଓ ଅନ୍ତର୍ଜାତୀୟ ଦୃଷ୍ଟିଭଙ୍ଗୀ ମାପଦଣ୍ଡକୁ ଆଧାର କରି ଏହି ରାଙ୍କିଙ୍ଗ ପ୍ରସ୍ତୁତ କରାଯାଇଛି।

ସୋଆ ଅଧୀନରେ ୯ ଟି ଶିକ୍ଷାନୁଷ୍ଠାନ ପରିଚାଳିତ ହେଉଥିବା ବେଳେ ଚଳିତବର୍ଷ ନାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ ) ୨୦୨୦ରେ ଦେଶର ୨୦ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି ସୋଆ । ସେହିପରି ଏହାର ମେଡିକାଲ ସାଇନ୍ସ ଫାକଲ୍ଟି ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ୨୩ ତମ ସ୍ଥାନ, ଇଂଜିନିୟରିଂ ଫାକଲ୍ଟି ଇନଷ୍ଟିଚ୍ୟୁଟଅଫ ଟେକ୍ନିକାଲ ଏଡୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର ) ୩୪ ତମସ୍ଥାନ ଏବଂ ଫାକଲ୍ଟି ଅଫ ଡେଣ୍ଟାଲ ସାଇନସେସ ଏନଆଇଆରଏଫ ରାଙ୍କିଙ୍ଗରେ ଦେଶରେ ଦ୍ୱାଦଶସ୍ଥାନ ହାସଲ କରିଛି ।

Spread the love