ସ୍ୱାସ୍ଥ୍ୟ ସେବାରେ ଅଗ୍ରଣୀ ସୋଆ : ଦେଖନ୍ତୁ ଏକ ସୁନ୍ଦର ଭିଡିଓ

ଭୁବନେଶ୍ୱର, ୨୨/୧୦: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଓଡିଶାର ଅଗ୍ରଣୀ ବିଶ୍ୱବିଦ୍ୟାଳୟ। ଭାରତର ଶ୍ରେଷ୍ଠ ୨୫ ବିଶ୍ୱବିଦ୍ୟାଳୟ ମଧ୍ୟରେ  ସୋଆ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏଠାରେ electronic methodରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରାଯାଏ।  କରୋନା ସମୟରେ ଯେପରି ଛାତ୍ରଛାତ୍ରୀମାନଙ୍କ ପାଠପଢାରେ  କୌଣସି ବ୍ୟାଘାତ ନହୁଏ ସେଥିପାଇଁ online platform ଯଥା google meet, tcs ଏବଂ apex ମାଧ୍ୟମରେ ପାଠ ପଢ଼ାଯାଏ ବୋଲି  ସୋଆର କୁଳପତି ପ୍ରଫେସର ଡଃ ଅଶୋକ କୁମାର ମହାପାତ୍ର କହିଛନ୍ତି।

ବର୍ତ୍ତମାନ ଏହି ସୋଆ ବିଶ୍ୱବିଦ୍ୟାଳୟ ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଆସୁଛି। ପ୍ରତିଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରୁ  ରୋଗୀମାନେ ଚିକିତ୍ସିତ ହୋଇ ଫେରୁଛନ୍ତି।  ବର୍ତ୍ତମାନ ସୋଆରେ  ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ, ଦନ୍ତ ଚିକିତ୍ସା ବିଭାଗ, କୃଷି ବିଜ୍ଞାନ ବିଭାଗ, ପର୍ଯ୍ୟଟନ  ପରିଚାଳନା ବିଭାଗ ଓ ଅନେକ ବିଭାଗରେ ଛାତ୍ର ଛାତ୍ରୀ ଅଧ୍ୟୟନରତ ଅଛନ୍ତି। ନିକଟରେ Indian Council of Medical Research (ICMR) ଦ୍ୱାରା କରୋନା ଟିକାର ମାନବପରୀକ୍ଷଣ ପାଇଁ ଉକ୍ତ ବିଶ୍ୱ ବିଦ୍ୟାଳୟ ଚୟନ କରା ଯାଇଥିଲା। ଯାହା ରାଜ୍ୟ ପାଇଁ  ଗର୍ବ ଓ ଗୌରବ।

Spread the love