ଛାତ୍ରଛାତ୍ରୀମାନେ ନିଜର ଉନ୍ନତି ସହ ଦେଶର ସମୃଦ୍ଧିରେ ସାମିଲ ହୁଅନ୍ତୁ: ଶିବ ଖେରା
ଭୁବନେଶ୍ୱର, ୭/୦୨: ମଣିଷ ଜୀବନରେ ସଫଳତା ଓ ବିଫଳତା ଯୋଡ଼ି ହୋଇରହିଛି । ତେବେ ସଫଳ ମଣିଷ ଯେ ଭୁଲ କରିପାରିବ ନାହିଁ ଏବଂ ଗୋଟିଏ ଭୁଲ ମଣିଷକୁ ବିଫଳତା ଆଣିଦେବ ସେଭଳି ଚିନ୍ତାଧାରା ରଖିବା ଉଚିତ୍ ନୁହେଁ ବୋଲି କହିଛନ୍ତି ବିଶିଷ୍ଟ ଲେଖକ, ଅଭିନେତା, ସାମାଜିକକର୍ମୀ ଓ ପ୍ରେରଣାଦାୟୀ ବକ୍ତା ଶ୍ରୀ ଶିବ ଖେରା । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଲ (ଏସ୍ଏନ୍ଆଇଏଲ୍)ପକ୍ଷରୁ ଶନିବାର ଆୟୋଜିତ ‘ସୋଆ ଲେକ୍ସ କନ୍ସିଲିୟମ୍-୨୦୨୬’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇନ୍ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏଭଳି ଉକ୍ତି ରଖିଛନ୍ତି ଶ୍ରୀ ଖେରା। ଶ୍ରୀ ଖେରା ନିଜର ପ୍ରେରଣାଦାୟୀ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଜୀବନରେ ୬ଟି କ୍ଷେତ୍ରରେ ଦୃଢ଼ତା ଆବଶ୍ୟକ । ଏହି କ୍ଷେତ୍ରଗୁଡ଼ିକ ହେଉଛି ଶାରୀରିକ, ମାନସିକ, ଭାବନାତ୍ମକ, ପାରସ୍ପରିକ ସମ୍ପର୍କ, ଆର୍ଥିକ ଏବଂ ଆଧ୍ୟାତ୍ମିକ ଦୃଢ଼ତା । ଏହା ମଧ୍ୟରୁ କୌଣସି ଗୋଟିଏ ଦୃଢ଼ତା ବାଦ ପଡ଼ିଲେ ମଣିଷର ଜୀବନ ଦୁର୍ବିସହ ହୋଇଯିବ ବୋଲି ଶ୍ରୀ ଖେରା କହିଛନ୍ତି ।
ଶାରୀରିକ ଭାବେ ଦୃଢ଼ତା ମଣିଷକୁ ସୁସ୍ଥ ରଖିଥାଏ । ସେହିପରି ମାନସିକ ଦୃଢ଼ତା ସଫଳତା ଆଣିଥିବା ବେଳେ ଭାବନାତ୍ମକ ଦୃଢ଼ତା ଠିକ୍ ନିଷ୍ପତି ନେବାରେ ସହାୟକ ହୋଇଥାଏ । ପାରସ୍ପରିକ ସମ୍ପର୍କ ମଣିଷର ସବୁଠାରୁ ସମ୍ବଳ ହୋଇଥିବା ବେଳେ ପରସ୍ପର ମଧ୍ୟରେ ସମ୍ମାନ ରହିଲେ ହିଁ ସମ୍ପର୍କ ଦୃଢ଼ ହୁଏ ବୋଲି ସେ କହିଛନ୍ତି । ସେହିପରି ଆର୍ଥିକ ଦୃଢ଼ତାକୁ ପ୍ରାଧାନ୍ୟ ଦେଇ ଟଙ୍କା ମଣିଷ ଜୀବନରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ମାନସିକ ଶାନ୍ତି ପାଇଁ ଆଧ୍ୟାତ୍ମିକ ଦୃଢ଼ତା ମଧ୍ୟ ଆବଶ୍ୟକ ବୋଲି ଶ୍ରୀ ଖେରା ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଛନ୍ତି ।
ଶିକ୍ଷା ଗ୍ରହଣ କରିସାରିବା ପରେ କେବଳ ଅର୍ଥ ରୋଜଗାର ପଛରେ ନ ଗୋଡାଇ ଦେଶର ସମୃଦ୍ଧି ଓ ଉନ୍ନତି କ୍ଷେତ୍ରରେ ମଧ୍ୟ ଚିନ୍ତା କରିବା ଉଚିତ୍ ବୋଲି ଶ୍ରୀ ଖେରା ଛାତ୍ରଛାତ୍ରୀଙ୍କୁ କହିଛନ୍ତି । ଯୁବପିଢ଼ି ହିଁ ଦେଶକୁ ଆଗକୁ ନେଇପାରିବେ ବୋଲି ସେ ନିଜ ପ୍ରେରଣାଦାୟୀ ବକ୍ତବ୍ୟରେ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିବା ପରିପ୍ରେକ୍ଷୀରେ ସୋଆ ଲେକ୍ସ କନ୍ସିଲିୟମ୍ର ଏହି ଚତୁର୍ଥ ସଂସ୍କରଣ ଅବସରରେ ବିଶ୍ୱବିଦ୍ୟାଳୟର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।
ସେହିପରି ଏସ୍ଏନ୍ଆଇଏଲ୍ର ଡିନ୍ ପ୍ରଫେସର ଏସ୍.ଏ.କେ ଆଜାଦ ଏବଂ ସୋଆର ନିର୍ଦ୍ଦେଶକ (କର୍ପୋରେଟ ରିଲେସନ୍ସ ଓ ଇଣ୍ଡଷ୍ଟ୍ରି ଏନ୍ଗେଜମେଂଟ) ଶ୍ରୀ ରୀପ୍ତି ରଞ୍ଜନ ଦାଶ ମଧ୍ୟ ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ଦୁଇଟି କିନୋଟ ସେସନ୍ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସାର୍ଦ୍ଦୁଲ ଅମରଚାନ୍ଦ ମଙ୍ଗଳଦାସ ଆଣ୍ଡ କୋ’ର ପାର୍ଟନର ଶ୍ରୀ ସମ୍ରିଦ୍ଧା ନ୍ୟୁପାନେ ଓ ମାହେଶ୍ୱରୀ ଆଣ୍ଡ କୋ’ର ମୁଖ୍ୟ- କର୍ପୋରେଟ ପ୍ରାକ୍ଟିସ୍ ଶ୍ରୀମତି ଜ୍ୟୋସ୍ନା ଚତୁର୍ବେଦୀ ଯୋଗ ଦେଇଥିଲେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ କିନୋଟ ସେସନ୍ରେ ଆକ୍ୱିଲ’ର ମ୍ୟାନେଜିଂ ପାର୍ଟନର ଶ୍ରୀମତି ସୁଚରିତା ବାସୁ, ଏଲ୍ପି ଆଣ୍ଡ କୋ’ର ଏଗ୍ଜିକ୍ୟୁଟିଭ ପାର୍ଟନର ଶ୍ରୀମତି ପ୍ରୀତି ରାଜୁ ରୋହିରା ସାମିଲ ହୋଇଥିଲେ ।
କାର୍ଯ୍ୟକ୍ରମରେ ଦୁଇଟି ପର୍ଯ୍ୟାୟରେ ଆଲୋଚନା ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟର ଆଲୋଚନା ଚକ୍ରର ପ୍ରସଙ୍ଗ ଥିଲା ‘ଫ୍ୟୁଚର ଅଫ୍ ଲିଗାଲ ପ୍ରୋଫେସନ୍ ଇନ୍ ଇଣ୍ଡିଆ: ହ୍ୱାଟ ଫ୍ରେସ୍ ଗ୍ରାଜୁଏଟ୍ସ ସୁଡ ନୋ’ । ଏହି ଆଲୋଚନା ଚକ୍ରରେ ଆରି ପାୱାର ସଲ୍ୟୁସନ୍ର ଲିଗାଲ ମୁଖ୍ୟ ଶ୍ରୀ ଧ୍ରୁବ ଚୋପ୍ରା, ଆଇସି ରେଗଫିନ ଲିଗାଲ ପାର୍ଟନର୍ସ ଏଲ୍ଏଲ୍ପି ର ପାର୍ଟନର ଶ୍ରୀ ଅଭିଷେକ ସିଙ୍ଗଲା, ଏନ୍ଇସି୍୍ କର୍ପୋରେସନ୍ର ସିନିୟର ଭାଇସ ପ୍ରେସିଡେଂଟ (ଲିଗାଲ) ଓ ଚିଫ୍ କମ୍ପ୍ଲାଏନ୍ସ ଅଫିସର ଶ୍ରୀ ଅମର କୁମାର ସୁନ୍ଦରମ୍, ମୋରେ ଗ୍ଲୋବାଲ୍ର ସିନିୟର ଡାଇରେକ୍ଟର ଶ୍ରୀମତି ପୂଜା ରଏ, ଆକ୍ସିସ୍ ବ୍ୟାଙ୍କର ଭାଇସ୍ ପ୍ରେସିଡେଂଟ (ଟ୍ରେଜେରି ଲିଗାଲ) ଶ୍ରୀ ଶାଶ୍ୱତ ସାମନ୍ତରାୟ, ଜେଏସ୍ଡବ୍ଲୁର ହେଡ (ଲିଟିଗେସନ୍) ଶ୍ରୀ ସୋମାଶିଷ ମହାପାତ୍ର ଯୋଗ ଦେଇଥିଲେ । ଏହି ପର୍ଯ୍ୟାୟକୁ ପରିଚାଳନା କରିଥିଲେ ଆସିଷ୍ଟାଂଟ ପ୍ରଫେସର ହିମାଂଶୁ ଶେଖର ମୁଦୁଲି । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଚକ୍ରର ବିଷୟବସ୍ତୁ ଥିଲା ‘ ଲିଗାଲ ଟେକ୍ନୋଲଜି ଇନ୍ ଟ୍ରାନ୍ସଫର୍ମେସନ୍ ଅଫ୍ କର୍ପୋରେଟ ଲୟରିଂ’ । ଏହି ଆଲୋଚନା ଚକ୍ରରେ ମୋରେ ଗ୍ଲୋବାଲ୍ର ସିନିୟର ଡାଇରେକ୍ଟର ଶ୍ରୀ ବିକାଶ କୁମାର, ଖୈତାନ୍ ଆଣ୍ଡ କୋ’ର ପ୍ରିନ୍ସିପାଲ ଆସୋସିଏଟସ ଶ୍ରୀ ଅମୀୟ କୁମାର ପତି, ଏଏଲ୍ଏମଟି ଲିଗାଲର ପାର୍ଟନର ଶ୍ରୀ ନିକିତ ବାଲା, ଲିଗାଲ ବାଇଟ୍ସର ପ୍ରତିଷ୍ଠାତା ଶ୍ରୀ ମୟଙ୍କ ଶେଖର ଯୋଗ ଦେଇଥିଲେ । ଏହାକୁ ପରିଚାଳନା କରିଥିଲେ ଆସିଷ୍ଟାଂଟ ପ୍ରଫେସର ପ୍ରଜ୍ଞା ଦାସ ମହାପାତ୍ର । କାର୍ଯ୍ୟକ୍ରମ ଶେଷରେ ଏସ୍ଏନ୍ଆଇଏଲ୍ର ଆସିଷ୍ଟାଂଟ ପ୍ରଫେସର ଶ୍ରୀ ଆକାଶ ତ୍ରୀଖା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସୋଆର କର୍ପୋରେଟ ରିଲେସନ ବିଭାଗ ପରିଚାଳନା କରିଥିଲେ ।
