ସୋଆ ପକ୍ଷରୁ ମେକାନିକାଲ୍ ଇଞ୍ଜିନିୟରିଂ ଗବେଷଣାକୁ ନେଇ ଆନ୍ତର୍ଜାତିକ ଭର୍ଚୁଆଲ୍ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର  : ନବୀକରଣକ୍ଷମ ଶକ୍ତି ସମ୍ପର୍କିତ ନୂତନ ଦ୍ରବ୍ୟର ବିକାଶ ଏବଂ ଏହାର ପ୍ରୟୋଗ ବିଷୟବସ୍ତୁକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଦୁଇ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଭର୍ଚୁଆଲି ଆୟୋଜିତ ହୋଇଯାଇଛି ।
ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଅଧିନସ୍ଥ ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆୟୋଜିତ ଏହି ଆନ୍ତର୍ଜାତିକ ସମ୍ମିଳନୀର ବିଷୟବସ୍ତୁ ଥିଲା “ରିସେଂଟ୍ ଆଡ୍‌ଭାନ୍‌ସେସ୍ ଇନ୍ ମେକାନିକାଲ ଇଞ୍ଜିନିୟରିଂ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟ” ।
ଏହି ସମ୍ମିଳନୀରେ ଉଭୟ ଶିକ୍ଷା ଏବଂ ଶିଳ୍ପ ସ୍ତରୀୟ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରର ଗବେଷକଙ୍କ ପକ୍ଷରୁ ୧୬୭ଟି ଗବେଷଣା ପତ୍ର୍ର, ତଥ୍ୟ ଏବଂ ଆବେଦନ ପତ୍ର ପ୍ରଦାନ କରାଯାଇଥିଲା । ସମ୍ମିଳନୀରେ ଭାଗ ନେଇଥିବା ଅତିଥିମାନେ ନବୀକରଣ ଶକ୍ତି ସହିତ ଥର୍ମାଲ ଇଞ୍ଜିନିୟରିଂ, ମାନୁଫ୍ୟାକ୍‌ଚରିଂ ଇଞ୍ଜିନିୟରିଂ, ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ ।
ଶିକ୍ଷା ଏବଂ ଶିଳ୍ପ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ସହ ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ଫ୍ୟାକଲ୍ଟିମାନେ କିଭଳି ଏ ଦିଗରେ ଅଧିକ ଲାଭ ଉଠାଇପାରିବେ ତାହା ହିଁ ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ ଥିଲା । ଶକ୍ତି ଗବେଷଣା କ୍ଷେତ୍ରର ନୂତନ ଦିଗ ସମ୍ପର୍କରେ ୟୁଏସ୍‌ଏର ଫ୍ଲୋରିଡା ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଫେସର ଏସ୍‌. ଏ, ସେରିଫ ମତବ୍ୟକ୍ତ କରିଥିବା ବେଳେ ଇଟାଲୀର ପ୍ରଫେସର ଇ. ଗଲୋନୀ ‘ୱେଷ୍ଟ ହିଟ୍ ରିକଭରୀ’ ସମ୍ପର୍କରେ ଆଲୋକପାତ କରିଥିଲେ ।

Spread the love