ଜାତୀୟ କ୍ରୀଡ଼ା ଦିବସ ଅବସରରେ ସୋଆ ପକ୍ଷରୁ ମିନି ମାରାଥନ

ଭୁବନେଶ୍ୱର. ୨୯ ଅଗଷ୍ଟ: କିମ୍ବଦନ୍ତୀ ହକି ଖେଳାଳୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ସାରା ଦେଶରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଉଥିôବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଶୁକ୍ରବାର ଦିନ ମିନି ମାରାଥନ ଆୟୋଜିତ ହୋଇଥିଲା । ୨୦୧୨ ମସିହାରୁ ସାରା ଦେଶରେ ଅଗଷ୍ଟ ୨୯ ତାରିଖ ଦିନ ମେଜର ଧ୍ୟାନ୍‌ଚାନ୍ଦଙ୍କ ଜନ୍ମ ଦିନରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଆସୁଛି ।
ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୁଇ ଦିନ ବ୍ୟାପୀ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଉଥିବା ବେଳେ ଶୁକ୍ରବାର ସୋଆ କ୍ୟାମ୍ପସ ସ୍ପୋର୍ଟ୍ସ କମ୍‌ପ୍ଲେକ୍ସରୁ ଆୟୋଜିତ ମିନି ମାରାଥନ୍‌ରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଫ୍ଲାଗ-ଅଫ୍ କରି ମାରାଥନ୍‌ର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସୋଆର ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନୀତା ବର୍ମା, ଚଳିତ ବର୍ଷର ଜାତୀୟ କ୍ରୀଡ଼ା ଦିବସର କୋଅର୍ଡିନେଟର ଆସିଷ୍ଟାଂଟ ପ୍ରଫେସର ଆକାଶ ତ୍ରିଖା, ଜୁନିୟର ସ୍ପୋର୍ଟ୍ସ ଅଫିସର ପ୍ରିୟମ୍ ମଲ୍ଲିକ ଏବଂ ବରେଶ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love