ବାଇକ୍ ଚୋରି ରାକେଟ୍‌ର ପର୍ଦ୍ଦାଫାଶ : ୨୨ଟି ବାଇକ୍ ଜବତ, ୬ ଗିର

ମୁନିଗୁଡା ୩୦।୧୦ରାୟଗଡା ଜିଲ୍ଲା ଗୁଣପୁର ପୋଲିସ ଏକ ବଡ ବାଇକ୍ ଚୋରି ଗ୍ୟାଙ୍ଗ୍ ରାକେଟ୍ କୁ ଧରିବାରେ ସଫଳ ହୋଇଛି । ଏହି ଗ୍ୟାଙ୍ଗ୍ ଠାରୁ ୨୨ ଟି ବାଇକ ଓ ୩ଟି ସାଇକେଲ ଜବତ କରିଥିବା ବେଳେ ଏଥିରେ ସପୃକ୍ତ ଥିବା ୬ ଜଣ ବାଇକ ଚୋରଙ୍କୁ ଗିରଫ କରିଛି ପୋଲିସ । ଗତ କିଛି ଦିନ ହେବ ଗୁଣୁପୁର ଥାନା ଅଞ୍ଚଳରୁ ଏହି ଗ୍ୟାଙ୍ଗ୍ ଗୁଣପୁର ସହର ତଥା ଆଖପାଖ ଗାଁର ବିଭିନ୍ନ ସ୍ଥାନରୁ ବାଇକ ଚୋରି କରୁଥିଲେ ଏ ନେଇ  ଗୁଣପୁର ଥାନାରେ ବିଭିନ୍ନ ପୃଥକ ପୃଥକ ଏତଲା ପାଇବା ପରେ ରାୟଗଡା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ଗ୍ୟାଙ୍ଗ୍ କୁ ଧରିବାରେ ସଫଳ ହୋଇଛି ଗୁଣପୁର ପୋଲିସ । ଗିରଫ ବ୍ୟକ୍ତିମାନେ ଗୁଣପୁର ଓ ନିକଟ ଗଜପତି ଜିଲ୍ଲା କାଶିନଗର ଅଞ୍ଚଳର ବୋଲି କହିଛନ୍ତି ଗୁଣପୁର ଥାନା ଅଧିକାରୀ ଯଶୋବନ୍ତ ହିଆଲ ।

Spread the love