ଉନ୍ମୋଚିତ ହେଲା ପ୍ରମେୟ-୨୦୨୨ କ୍ୟାଲେଣ୍ଡର

ଭୁବନେଶ୍ବର ୨୫/୧୨ : ଉନ୍ମୋଚିତ ହୋଇଛି ପ୍ରମେୟ-୨୦୨୨ କ୍ୟାଲେଣ୍ଡର । ସୋଆ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ କ୍ୟାଲେଣ୍ଡର ଉନ୍ମୋଚିତ କରିଛନ୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜ ରଞ୍ଜନ ନାୟକ । ଏହି ଅବସରରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ ଦାସ, ପ୍ରମେୟ ନ୍ୟୁଜ ୭ର ଗ୍ରୁପ୍‌ ଏଡିଟର ଗୋପାଳ କୃଷ୍ଣ ମହାପାତ୍ର, ପ୍ରମେୟ ନ୍ୟୁଜ ୭ ସେଲ୍‌ସ ଆଣ୍ଡ ମାର୍କେଟିଂ ମୁଖ୍ୟ ହିଂମାଶୁ ହୋତା, ନ୍ୟୁଜ ୭ର କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀ, କନସଲଟିଂ ଏଡିଟର ସୁବ୍ରତ ଦାସ, ନ୍ୟୁଜ ୭ ଡିଜିଟାଲ ହେଡ୍‌ ଅମରେଶ ଦାସ, ନ୍ୟୁଜ ୭ ସେଲ୍‌ସ ହେଡ୍‌ ସିଦ୍ଧାର୍ଥ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love