ସୋଆ ଆଇଟିଇଆରର ୯୧% ଗ୍ରାଜୁଏଟ୍‌ଙ୍କ ପାଇଁ ଉଚ୍ଚକୋଟୀର ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍‌ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ବୈଷୟିକ ଶିକ୍ଷା କ୍ଷେତ୍ରରେ ତା’ର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଥିବା ବେଳେ ୨୦୧୯ – ୨୦ ବ୍ୟାଚ୍‌ର ୯୧ ପ୍ରତିଶତ ଛାତ୍ରଛାତ୍ରୀ ପ୍ରମୁଖ କମ୍ପାନୀଗୁଡ଼ିକରେ ନିଯୁକ୍ତି ସୁଯୋଗ ପାଇଛନ୍ତି।
୩୦ ପ୍ରତିଶତ ଛାତ୍ରଛାତ୍ରୀ ଡେ ଜିରୋ, ଅର୍ଥାତ୍ ପ୍ରଥମ ଦିନର ନିଯୁକ୍ତି ପ୍ରକ୍ରିୟାରେ, ଅଧିକ ଦରମା ପ୍ରଦାନ କରୁଥିବା କମ୍ପାନୀଗୁଡ଼ିକ ଦ୍ୱାରା ବାର୍ଷିକ ହାରାହାରି ସାଢ଼େ ୬ ଲକ୍ଷ ଟଙ୍କା ପ୍ୟାକେଜ୍‌ରେ ନିଯୁକ୍ତି ପାଇଛନ୍ତି । ଚଳିତ ଶିକ୍ଷାବର୍ଷରେ ଆଇଟିଇଆରକୁ କ୍ୟାମ୍ପସ୍ ଚୟନରେ ୧୦୪ଟି କମ୍ପାନୀ ଆସିଥିବା ବେଳେ ୨୨୬୪ ଜଣ ଛାତ୍ରଛାତ୍ରୀଙ୍କୁ ଚାକିରୀ ସୁଯୋଗ ମିଳିଛି । ଏମାନଙ୍କ ମଧ୍ୟରୁ ସର୍ବାଧିକ ବାର୍ଷିକ ୩୧ ଲକ୍ଷ ଟଙ୍କା ପ୍ୟାକେଜ୍‌ର ଅଫର ପାଇଛନ୍ତି ।

ଅଲ୍ ଇଣ୍ଡିଆ କାଉନ୍‌ସିଲ ଫର ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ) ଦ୍ୱାରା ସ୍ୱୀକୃତିପ୍ରାପ୍ତ ଆଇଟିଇଆର୍ ହିଁ ପୂର୍ବଭାରତର ଏକମାତ୍ର ଇଞ୍ଜିନିୟରିଂ କଲେଜ ଯିଏ କି ମାଇକ୍ରୋସଫ୍‌ଟ ଏବଂ ଇନଫୋସିସ୍ ଭଳି ପ୍ରମୁଖ କମ୍ପାନୀରୁ ସର୍ବାଧିକ ପ୍ଲେସ୍‌ମେଂଟ ଅଫର ପାଇଛି । ସେହିପରି କଗନିଜାଂଟ ଭଳି କମ୍ପାନୀ ମଧ୍ୟ ଆଇଟିଇଆର୍ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶାରେ ସର୍ବାଧିକ ନିଯୁକ୍ତି ସୁଯୋଗ ଦେଇଛି । ଆଇଟିଇଆର୍ ୨୦୧୯ର ନ୍ୟାସ୍‌ନାଲ୍ ଇନ୍‌ଷ୍ଟିୁଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍ ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ ଦେଶର ଇଞ୍ଜିନିୟରିଂ କଲେଜଗୁଡ଼ିକ ମଧ୍ୟରେ ୩୨ତମ ସ୍ଥାନ ହାସଲ କରିବାରେ ସଫଳ ହୋଇଛି । ୨୦୧୯ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗରେ ସାରା ଦେଶରେ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସୋଆ ୨୪ତମ ସ୍ଥାନ ହାସଲ କରିଛି । ଏହି ଶିକ୍ଷାନୁଷ୍ଠାନ ଅନ୍ୟ ଏକ ସଫଳତା ସାଉଁଟିଥିଲା ଯେତେବେଳେ ଟାଇମ୍ସ ହାୟର୍ ଏଜୁକେସନ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗରେ ୬୦୧ ରୁ ୮୦୦ କ୍ୟାଟେଗୋରିରେ ସ୍ଥାନୀତ ହୋଇଥିଲା ଏବଂ ଏହାର କମ୍ପ୍ୟୁଟର ସାଇନ୍ସ ପ୍ରୋଗ୍ରାମ ୬୦୦ ପ୍ଲସ୍‌ କ୍ୟାଟେଗୋରୀରେ ସ୍ଥାନ ପାଇଥିଲା । ଏହି ବର୍ଷ ଆଇଆଇଟି, ଭୁବନେଶ୍ୱର ଓ ଏନଆଇଟି, ରାଉରକେଲା ବ୍ୟତିତ ଓଡ଼ିଶାରେ ଆଇଟିଇଆର ଏକମାତ୍ର ବୈଷୟିକ ଶିକ୍ଷାନୁଷ୍ଠାନ ଅଟେ ଯେଉଁଠାରୁ ମାଇକ୍ରୋସଫ୍ଟ କ୍ୟାମ୍ପସ ଚାଳନା କରିଛି ।

ଆଇଟିଇଆର୍‌ର ଇଞ୍ଜିନିୟରିଂ ପ୍ରୋଗ୍ରାମ ନ୍ୟାସ୍‌ନାଲ୍ ବୋର୍ଡ ଅଫ୍ ଆକ୍ରିଡିସନ୍ (ଏନ୍‌ବିଏ)ରୁ ସ୍ୱୀକୃତି ପାଇଥିବା ବେଳେ ସମ୍ମାନସୂଚକ ଯୁକ୍ତରାଷ୍ଟ୍ର ଆମେରିକାର ଆକ୍ରିଡିସନ୍ ବୋର୍ଡ ଫର୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍‌) ରୁ ମଧ୍ୟ ମାନ୍ୟତା ପାଇଛି । ମାଇକ୍ରୋସଫ୍ଟ ଏବଂ ଆମାଜନ୍ ଭଳି ବିଶ୍ୱସ୍ତରୀୟ ବ୍ରାଣ୍ଡ ଆଇଟିଇଆର୍‌କୁ ଗତ ଜୁନ ମାସରେ କ୍ୟାମ୍ପସ୍ ଚୟନରେ ଆସିଥିବା ବେଳେ ରାପ୍ୟୁଟା ରୋବୋଟିକ୍ସ, ଇନ୍‌ଫର୍‌ମାଟିକା, ଡେଲଏଟ୍‌, ଟେକ୍‌ସିଷ୍ଟମ୍ସ, କ୍ୟାପ୍‌ଜେମିନି ଡିଜିଟାଲ୍‌, ଇନ୍‌ଫୋସିସ୍‌ ଡିଜିଟାଲ୍‌, ମୁ ସିଗ୍‌ମା, ରବଟ ର୍ ବୋସ୍‌, ମ୍ୟାକ ସଫ୍ଟୱେୟାର, ଗ୍ଲୋବାଲ୍ ଲଜିକ୍‌, ଅପ୍‌ଟମ୍‌, ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍‌, ସିଗ୍‌ମଏଡ୍‌, ଓଡେଶା ଆଇଏନ୍‌ସି, ଭାଲ୍ୟୁଲାବ୍ସ, କ୍ଲାଉଡ୍‌ଗିନ୍ ଏବଂ ହୁଣ୍ଡାଇ ମୋବିସ୍ ଭଳି କମ୍ପାନୀ ଡେ ଜିରୋ ସ୍ଲଟ୍‌ରେ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି କମ୍ପାନୀଗୁଡ଼ିକ ବାର୍ଷିକ ସାଢ଼େ ୬ ଲକ୍ଷ ଏବଂ ତଦୁର୍ଦ୍ଧ୍ୱ ଦରମାର ଅଫର ଦେଇଥିବା ଜଣାପଡ଼ିଛି ।

ଛାତ୍ରଛାତ୍ରୀମାନଙ୍କର କ୍ୟାମ୍ପସ୍ ଚୟନ ପ୍ରକ୍ରିୟାରେ ଆଇଟିଇଆର୍‌ର ୧୧୬୪ ଜଣ ଛାତ୍ରଛାତ୍ରୀଙ୍କୁ ଇନ୍‌ଫୋସିସ୍‌, ୱିପ୍ରୋ ଓ କଗ୍‌ନିଜାଂଟ ଭଳି କମ୍ପାନୀ ଡେ ୱାନ୍ ହାୟରି ପ୍ରକ୍ରିୟାରେ ନିଯୁକ୍ତି ଦେଇଛନ୍ତି ଯାହା ଷ୍ଟୁଡେଂଟ ଇନ୍‌ଟେକ୍ ରାସିଓ ଅନୁଯାୟୀ ପୂର୍ବଭାରତରେ ସର୍ବୋତ୍କୃଷ୍ଟ ବୋଲି ଜଣାପଡ଼ିଛି । କ୍ୟାପ୍‌ଜେମିନି, ଆଇବିଏମ୍‌, ମାଇଣ୍ଡଟ୍ରି, ଏନ୍‌ସିଆର୍ କର୍ପ, ଆଇବିଏସ୍‌ ସଫ୍ଟୱେୟାର, ଏକ୍ସପାନ୍ସନ୍‌, ସିଅର୍ ହୋଲ୍ଡିଙ୍ଗ୍‌, ରାମ୍‌କି, ଇନ୍‌ଫୋଗେନ୍‌, ଜେଡ୍ ଗ୍ଲୋବାଲ, ସିଜିଆଇ, ଭୋଲଟାସ୍ , ଡିଏକ୍ସସି ଟେକ୍ନୋଲୋଜି, ଆଇଟିସି ଇନ୍‌ଫୋଟେକ୍‌, ହେକ୍ସାୱେର୍‌, ଭାଲ୍ୟୁ ମୋମେନ୍‌ଟମ୍ ଏବଂ ଏଚ୍‌ପି ଭଳି ପ୍ରମୁଖ କମ୍ପାନୀ କ୍ୟାମ୍ବସ୍‌ ପରିଦର୍ଶନରେ ଆସି ନିଯୁକ୍ତି ପ୍ରକ୍ରିୟା ଜାରି ରଖିଛନ୍ତି ।

ଉଚ୍ଚକୋଟୀର ଶିକ୍ଷା ବ୍ୟବସ୍ଥା ପ୍ରକ୍ରିୟା ଏବଂ ଜ୍ଞାନ କୌଶଳ ପର୍ଯ୍ୟବେସିତ ଶିକ୍ଷା ପ୍ରଣାଳୀକୁ ନେଇ ଖ୍ୟାତି ଅର୍ଜନ କରିଥିବା ସୋଆ କୋଭିଡ-୧୯ ମହାମାରୀ ଦ୍ୱାରା ଉଦ୍ଭବ ହୋଇଥିବା ପରିସ୍ଥିତିରେ ୨୦୨୧ ବ୍ୟାଚର ଛାତ୍ରଛାତ୍ରୀମାନଙ୍କର ନିଯୁକ୍ତି ନିମନ୍ତେ ବିଶ୍ୱବିଦ୍ୟାଳୟର ଟ୍ରେନିଂ ଏବଂ ପ୍ଲେସ୍‌ମେଂଟ ୱିଙ୍ଗ୍ କ୍ୟାମ୍ପସ୍ ଡେ-ଜିରୋ ଚୟନ ସମ୍ବନ୍ଧୀୟ କାର୍ଯ୍ୟ ହାତକୁ ନେବା ଆରମ୍ଭ କରିଛି ।

Spread the love