ସୋଆକୁ ସଫଳତା, ଜାତୀୟ ସ୍ତରରେ ସ୍ଵଚ୍ଛ ଆଓ୍ଵାର୍ଡ ପାଇଁ ମନୋନୀତ

ଭୁବନେଶ୍ଵର ୦୭।୦୬: ସୋଆକୁ ଆଉ ଏକ ସଫଳତା। ସ୍ଵଚ୍ଛତା କ୍ଷେତ୍ରରେ ‘One District One Green Champion’ ପୁରସ୍କାର ପାଇଁ ଖୋର୍ଦ୍ଧା ଜିଲ୍ଲାରୁ ଶିକ୍ଷା ‘ଓ’ ଅନୁସନ୍ଧାନ(ସୋଆ)କୁ ଚୟନ କରାଯାଇଛି। ସ୍ଵଚ୍ଛ ଆକ୍ସନ ପ୍ଲାନ(ଏସଏପି) ଗ୍ରୀନ କ୍ୟାମ୍ପସ ଇନିସିଏଟିଭରେ ଉଲ୍ଲେଖନୀୟ ଯୋଗଦାନ ଯୋଗୁଁ ସୋଆକୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି।

ଏହି ପୁରସ୍କାର ଶିକ୍ଷା ମନ୍ତ୍ରଣାଳୟର ମହାତ୍ମା ଗାନ୍ଧୀ ଜାତୀୟ ପରିଷଦର ଗ୍ରାମୀଣ ଶିକ୍ଷା(ଏମଜିଏନସିଆରଇ) ଦ୍ଵାରା ପ୍ରଦାନ କରାଯାଇଥାଏ। ସ୍ଵଚ୍ଛତାରେ ଆପଣଙ୍କ ଉତ୍କର୍ଷତା ପାଇଁ ଆପଣଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆମେ ଆପଣଙ୍କୁ ‘One District One Green Champion’ ପାଇଁ ମନୋନୀତ କରୁଛୁ ବୋଲି କୁହାଯାଇଛି।

Spread the love