ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ବିଶ୍ୱ ପରିବେଶ ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ୬ଟି ଶିକ୍ଷାନୁଷ୍ଠାନର ପ୍ରୋଗ୍ରାମ ଅଫିସରମାନଙ୍କ ଦ୍ୱାରା ଦୁଇ ଘଂଟିଆ ଜଳଶକ୍ତି ଗ୍ରାମ, ସ୍ୱଚ୍ଛ କ୍ୟାମ୍ପସ୍‌, ଅନ୍‌ଲାଇନ୍ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୩୫୫ ଜଣ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ।

ସେହିପରି ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ବିଭାଗ ଅନ୍ତର୍ଗତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ଶିକ୍ଷା ଅନୁଷ୍ଠାନ ତରଫରୁଆୟୋଜିତ ପାଂଚଦିନିଆ ଫ୍ୟାକଲ୍ଟି ଡେଭ୍‌ଲପ୍‌ମେଂଟ ପ୍ରୋଗ୍ରାମ ରେ ପ୍ରୋଗ୍ରାମ ସଂଯୋଜକ ଡ. ନଚିକେତା ଶର୍ମାଭାଗ ନେଇଥିଲେ । ଏହାରି ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀଙ୍କୁ ପାଂଚଟି ଦଳରେ ବିଭକ୍ତକରାଯାଇ ପରିଚ୍ଛନ୍ନତା ଓ ସ୍ୱାସ୍ଥ୍ୟରକ୍ଷା, ଜଳ ସଂରକ୍ଷଣ, ଆବର୍ଜନା ପରିଚାଳନା, ସବୁଜିମା ଓ ଶକ୍ତି ସଂରକ୍ଷଣସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରତ୍ୟେକ ଏନ୍‌ଏସ୍‌ଏସ୍ ୟୁନିଟ୍‌ର ୫୦ ଜଣ ସ୍ୱେଚ୍ଛାସେବୀଙ୍କୁ ଏହିପରି ପାଂଚଟି ଦଳରେ ବିଭକ୍ତ କରି ପ୍ରତ୍ୟେକ ଦଳ ପାଇଁ ଏକ ଦଳପତି ଚୟନ କରାଯିବ । ଏହା ଦ୍ୱାରା କ୍ୟାମ୍ପସ୍‌ରେ ଓପୋଷ୍ୟ ଗ୍ରାମରେ ପରିବେଶକୁ ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କାର୍ଯ୍ୟକ୍ରମ କରାଯିବ ଓ ଏକ ଖସଡ଼ା ପ୍ରସ୍ତୁତହେବ ବୋଲି ଡ. ଶର୍ମା ସୂଚନା ଦେଇଛନ୍ତି । ଏଥିରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌), ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌

ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌), ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌), ସ୍କୁଲ୍ ଅଫ୍‌
ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସପିଏସ୍‌), ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍‌ (ଆଇବିସିଏସ୍‌) ଓ ସମ୍ ନର୍ସିଂ କଲେଜ (ଏସ୍‌ଏନ୍‌ସି)ର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ଯେଉଁ ପ୍ରୋଗ୍ରାମ ଅଫିସରମାନେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସେମାନେ ହେଲେ ଆଇଟିଇଆର ରୁ ଡ. ଶାନ୍ତିଲତା ଚମ୍ପତି ଓ ଜୀବନଜ୍ୟୋତି ମହାକୁଡ, ଆଇଏଏସ୍‌ରୁ ଡ. ଚକ୍ରଧର ପାତ୍ର, ଡ. ସରୋଜ କୁମାର ମହାନ୍ତି, ଡ. ସତ୍ୟ ନାରାୟଣ ଶତପଥି, ସୁକିର୍ତି ମହାନ୍ତି, ରାକେଶ ରୋଶନ ଶତପଥି,
ଏସ୍‌ଏନ୍‌ସିରୁ ମଧୁସ୍ମିତା ନାୟକ, ଏସ୍‌ପିଏସ୍‌ରୁ ଡ. ଶୋଭନ୍ ପଟ୍ଟନାୟକ , ଡ. ରାଜାରାମ ମହାପାତ୍ର, ଏସ୍‌ଏଚ୍‌ଏମ୍‌ରୁ ଡ. ଲଲାଟ ଇନ୍ଦୁ ମିଶ୍ର. ଆଇଏଏସ୍‌ରୁ ଭାଗ୍ୟଶ୍ରୀ ଖମାରୀ ଓ ଆଇବିସିଏସ୍‌ରୁ ଅଳକା ସାମନ୍ତରାୟ । ଆଗାମୀ ଦିନରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଆନୁକୂଲ୍ୟରେ ମହାରାଷ୍ଟ୍ରର ୧୨ଟି ବିଶ୍ୱବିଦ୍ୟାଳୟ ସହିତ ସୋଆ ଏନ୍‌ଏସ୍‌ଏସ୍‌ର ଅନ୍‌ଲାଇନ୍ ଆଦାନ ପ୍ରଦାନ ସଂସ୍କୃତି, ଚଳଣି, କଳା, ସଂଗୀତ ଆଦି ବିଷୟରେ ହେବ । ସେହିପରି ଉନ୍ନତ ଭାରତ ଅଭିଯାନ ଅନ୍ତର୍ଗତ ପୋଷ୍ୟ ଗ୍ରାମରେ ମଧ୍ୟ ଅନ୍‌ଲାଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Spread the love