ଶ୍ରୀ’ ସମ୍ମାନରେ ସମ୍ମାନିତ ହେଲେ ସୋଆ ଏସ୍‌ଏଚଏମ୍ ଡିନ୍‌

ଭୁବନେଶ୍ୱର,୨୧/୦୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍  ମ୍ୟାନେଜମେଂଟ ଡିନ୍ ତଥା ଉପଦେଷ୍ଟା ପ୍ରଫେସର ଶିତିକଣ୍ଠ ମିଶ୍ରଙ୍କୁ ‘ଶ୍ରୀ’ ସମ୍ମାନ-୨୦୨୨ରେ ସମ୍ମାନିତ କରାଯାଇଛି। ସାମାଜିକ ଅନୁଷ୍ଠାନ “ପରିଚୟ ଫାଉଣ୍ଡେସନ” ପକ୍ଷରୁ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଫେସର ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଆତିଥ୍ୟ ଓ ପର୍ଯ୍ୟଟନ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ନିମନ୍ତେ ପ୍ରଫେସର ମିଶ୍ରଙ୍କୁ ଏହି ସମ୍ମାନ ମିଳିଛି। ବିଭିନ୍ନ କ୍ଷେତ୍ରରେ ନିଜର ଅବଦାନ ଓ ପାରଦର୍ଶିତା ପ୍ରଦର୍ଶନ କରିଥିବା ପୁରୁଷମାନଙ୍କୁ ପରିଚୟ ପାଉଣ୍ଡେସନ ତରଫର ପିତୃ ଦିବସ ଅବସରରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରଫେସର ମିଶ୍ର ଗ୍ୱାଲିୟର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଂଟର ପୂର୍ବତନ ନିର୍ଦ୍ଦେଶକ ରହିଥିବାବେଳେ ଅଲ୍ ଇଣ୍ଡିଆ ବୋର୍ଡ ଅଫ୍ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ, (ଏଆଇସିଟିଇ) ର ପୂର୍ବତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି ।

ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ, ପଂଚାୟତିରାଜ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତ ପ୍ରଫେସର ମିଶ୍ରଙ୍କୁ ‘ଶ୍ରୀ’ ସମ୍ମାନରେ ସମ୍ମାନିତ କରିଥିବା ବେଳେ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟସଭା ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ ଓ ପରିଚୟ ଫାଉଣ୍ଡେସନ୍‌ର ସଭାପତି  ରୋଜାଲିନ୍ ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love