ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର ଯୋଗୁଁ ଦୁର୍ବଳ ହେଉଛି ଶିଶୁଙ୍କ ଇମ୍ୟୁନିଟି ! ବିଶେଷଜ୍ଞ ଚିନ୍ତିତ

ନୂଆଦିଲ୍ଳୀ ୧୯/୬: କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାମଜିକ ଦୂରତା, ମାସ୍କ ବ୍ୟବହାର ଆଦି ନିୟମକୁ ସରକାର କଡ଼ାକଡ଼ି କରିଛନ୍ତି। ଏଥିପାଇଁ ଅନେକ ଜୀବନ ମଧ୍ୟ ରକ୍ଷା ପାଇଯାଇଛି ସତ କିନ୍ତୁ ଏବେ ଛୋଟ ପିଲାମାନଙ୍କ ପାଇଁ ଏହା ଘାତକ ସାଜିଛି। ପିଲାମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମାଇଛି ମାସ୍କ ଏବଂ ସୋସିଆଲ ଡିଷ୍ଟାନ୍ସିଂ । ଏକଥା ଆମେ କହୁନୁ ବରଂ ଇଂଲଣ୍ଡର ବିଶେଷଜ୍ଞମାନେ ଦାବି କରିଛନ୍ତି।

ବିଶେଷଜ୍ଞଙ୍କ ଅନୁସାରେ ଗତ ୧୫ ମାସ ହେଲା ପିଲାମାନେ କୌଣସି ପ୍ରକାର  ଭୂତାଣୁ ଜନିତ ରୋଗର ସାମ୍ନା କରିନାହାନ୍ତି। ଯାହାଫଳରେ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇନାହିଁ।  ଦ ଗାର୍ଡିଆନ୍‌ରେ ପ୍ରକାଶିତ ଖବର ମୁତାବିକ ଭାୟରୋଲୋଜିଷ୍ଟ ରେସ୍ପିରେଟରି ସିନ୍ସିଟିୟାଲ୍‌ ଭାଇରସ (ଆରଏସ୍‌ଭି) କୁ ନେଇ ବିଶେଷଜ୍ଞମାନେ ମଧ୍ୟ ଚିନ୍ତାରେ ଅଛନ୍ତି। ଏହା ଏମିତି ଏକ ଭାଇରସ୍‌ ଯାହା ଏକ ବର୍ଷରୁ କମ୍‌ ବର୍ଷର ପିଲାମାନଙ୍କ ଫୁସଫୁସ୍‌କୁ ସଂକ୍ରମଣ କରିଥାଏ। ବେଳେ ବେଳେ ଶିଶୁଙ୍କ ମୃତ୍ୟୁ ମଧ୍ୟ ହୋଇଥାଏ। ଏହାର ନିରାକରଣ ପାଇଁ କୌଣସି ଟିକ ନାହିଁ।

କରୋନା ପୂର୍ବବର୍ତ୍ତୀ ସମୟରେ ହସ୍ପିଟାଲକୁ ଆସିଥିବା ଅଧିକତମ ଶିଶୁଙ୍କ ଶରୀରରେ ଆରଏସଭି ମିଳୁଥିଲା ବୋଲି ଖବର ପ୍ରକାଶ ପାଇଛି। ଓ୍ବେଲ୍‌ସ ପବ୍ଲିକ୍‌ ହେଲ୍ଥ ସହ ସମ୍ପର୍କିତ ଡାକ୍ତର କ୍ୟାଥରିନ୍‌ ମୁରେଙ୍କ ଅନୁସାରେ ଜନ୍ମରୁ ୧୮ ମାସ ମଧ୍ୟରେ ବିଭିନ୍ନ ଋତୁକାଳୀନ ଭୂତାଣୁ ଜନିତ ରୋଗ ସହ ଶିଶୁ ସମ୍ପର୍କରେ ଆସୁଥିଲା। କିନ୍ତୁ ଏବେ ସେମିତ ହେଉନାହିଁ। ଏକ ରିପୋର୍ଟ ଅନୁସାରେ ମହାମାରୀ ପୂର୍ବରୁ ଆରଏସଭି ଯୋଗୁଁ ବ୍ରିଟେନରେ ୩୦ ହଜାରରୁ ଅଧିକ ଶିଶୁ ଏବଂ ୫ ବର୍ଷରୁ କମ ବୟସର ପିଲାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଥିଲା।

କିନ୍ତୁ ମହାମାରୀ ପରେ ପିଲାମାନେ କୌଣସି ପ୍ରକାର ଭାଇରସ୍‌ ସଂସ୍ପର୍ଶରେ ଆସିନଥିବାରୁ ସେମାନଙ୍କୁ ଅସମ୍ବେଦନଶୀଳ ସମୂହରେ ସାମିଲ କରାଯାଇଥିବା ଡାକ୍ତର ମୁରେ କହିଛନ୍ତି। ମୁରେଙ୍କ ଆକଳନକୁ ସମର୍ଥନ କରିବା ସହ ଅନ୍ୟ ଜଣେ ବିଶେଷଜ୍ଞ କହିଛନ୍ତି, ଗତ ବର୍ଷ ଥଣ୍ଡା ଦିନରେ ଫ୍ଲୁ ଦେଖିବାକୁ ମିଳିନଥିଲା।

Spread the love