ସୋସିଆଲ ମିଡିଆରେ ରିଲେସନସିପ୍ …

ଦୀର୍ଘ ସମୟରୁ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ଅଭିନେତ୍ରୀ ଅଥିୟା ସେଟ୍ଟୀ ଓ କ୍ରିକେଟର କେ.ଏଲ ରାହୁଲଙ୍କ ରିଲେସନସିପ। ବର୍ତମାନ ଦୁଇଜଣ ପରସ୍ପରଙ୍କୁ ଡେଟ କରୁଛନ୍ତି। ହେଲେ ଏଯାବତ ଏହି ଲଭବାର୍ଡ ନିଜ ରିଲେସନସିପ ବିଷୟରେ ମୁହଁ ଖୋଲିନାହାଁନ୍ତି। ଯେଉଁଥିପାଇଁ ପୁଣିଥରେ ଦୁଇଜଣ ଚର୍ଚ୍ଚାରେ।

କଥାଟି ହେଲା ଯେ ଆଜି ରାହୁଲଙ୍କ ୨୮ତମ ଜନ୍ମଦିନ। ଏହି ଅବସରରେ କଥିତ ଗାର୍ଲଫ୍ରେଣ୍ଡ ଅଥିୟା ଖାସ୍ ଅନ୍ଦାଜରେ ସୋସିଆଲ ମିଡିଆରେ ବର୍ଥଡେ ୱିସ କରିଛନ୍ତି।ସେ ଇନଷ୍ଟାଗ୍ରାମରେ ରାହୁଲଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ହାପି ବର୍ଥଡେ ମାଇ ପର୍ସନ।’ କିନ୍ତୁ ସବୁଠୁ ମଜା କଥା ହେଲା ଯେ ସବୁବେଳେ ନିଜ ରିଲେସନସିପକୁ ଲୁଚାଇ ଆସୁଥିବା ଅଥିୟା ଜନ୍ମଦିନ ଶୁଭେଚ୍ଛାରେ ନିଜ ମନ କଥା ବଖାଣି ଦେଇଛନ୍ତି। ସେ ରାହୁଲଙ୍କୁ ମୋ ମଣିଷ କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।

Spread the love