ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ‘ସୋସିଆଲ ମିଡିଆ କର୍ମଶାଳା’ ଅନୁଷ୍ଠିତ

ଭୁବନେଶ୍ୱର, ତା.୦୧/୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ମଧ୍ୟରେ ସାମାଜିକ ଗଣମାଧ୍ୟମର ପ୍ରଭାବ ବହୁଳ ବିସ୍ତାରିତ ହୋଇଛି । ଛୋଟ ବଡ ସବୁ ଖବର ସାମାଜିକ ଗଣମାଧ୍ୟମ ଦ୍ୱାରା ପ୍ରତି ଘରେ ମୋବାଇଲ ମାଧ୍ୟମରେ ପହଂଚିପାରୁଛି । ଏହାସହ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା, ଆତ୍ମନିର୍ଭର ଭାରତ ଗଠନ, ବିକାଶ ମୂଳକ କାର୍ଯ୍ୟ, ସଚେତନତାଧର୍ମୀ କାର୍ଯ୍ୟ, ଗଠନ ମୂଳକ ଉଦ୍ଦେଶ୍ୟ ସଫଳ କରାଇବା ଦିଗରେ ସୋସିଆଲ ମିଡିଆର ଅବଦାନ ଅତୁଳନୀୟ । ଭାରତ ଭୂଖଣ୍ଡ ବର୍ତମାନ ଅମୃତକାଳ ଦେଇ ଗତି କରୁଛି । ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱରେ ଭାରତ ଦୃତ ବିକାଶ ପଥରେ ଅଗ୍ରସର ହେବା ସହିତ ଅନେକ ସଫଳତାରେ ବିଶ୍ୱ ପ୍ରଶଂସନୀୟ ହୋଇପାରିଛି । “ସବକା ସାଥ୍ ସବକା ବିକାଶ, ସବକା ବିଶ୍ୱାସ ସବକା ପ୍ରୟାସ” ମାଧ୍ୟମରେ ଦେଶକୁ ସୁଦୃଢ଼ କରିବା ସହିତ ସାଧାରଣ ଲୋକଙ୍କ ପାଖରେ ଶୀର୍ଷନେତୃତ୍ୱ କିପରି ପହଂଚିପାରିବେ, ତାହା ମୋଦିଜୀ କରି ଦେଖାଇଛନ୍ତି ବୋଲି କ୍ଷେତ୍ରୀୟ ପ୍ରଭାରୀ ଶ୍ରୀ ସୁନୀଲ ବଂଶଲଜୀ ମତବ୍ୟକ୍ତ କରିଥିଲେ ।

ଏହା ସହିତ ସାଂପ୍ରତିକ ରାଜନୈତିକ ପରିସ୍ଥିତିରେ ଓଡ଼ିଶାରେ ଯେଉଁଭଳି ଭ୍ରଷ୍ଟାଚାର ଓ ବିକାଶ ବିରୋଧି କାର୍ଯ୍ୟଚାଲିଛି ଏବଂ ଗଣତନ୍ତ୍ରର ଗତିରୋଧ କରି ଜନପ୍ରତିନିଧିମାନଙ୍କୁୁ ନିଷ୍କ୍ରିୟ କରାଯାଇ ପ୍ରଚାର ସର୍ବସ୍ୱ ଶାସନ ଚାଲିଛି ତାକୁ ସାଧାରଣ ଜନତାଙ୍କ ପାଖରେ ପହଂଚାଇବାର ଗୁରୁଦାୟିତ୍ୱ ସୋସିଆଲ ମିଡିଆର ରହିଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଗୁରୁତ୍ୱାରୋପ କରିଥିଲେ ।
ମୋଦି ସରକାରଙ୍କ ସମସ୍ତ ଲୋକାଭିମୁଖି ଯୋଜନା ଓ ଏହାର ସଫଳ ରୂପାୟନ ସମାଜର ତୃଣମୂଳସ୍ତରରେ ପହଂଚାଇବା ସହିତ ଓଡ଼ିଶାରେ ଯେଉଁଭଳି ଭ୍ରଷ୍ଟ ଶାସନ ଚାଲିଛି ଯାହାକି ଶିକ୍ଷକ, ଆୟୁଷ ଡାକ୍ତର, ଛାତ୍ରଛାତ୍ରୀ, ଅଙ୍ଗନୱାଡି କର୍ମୀ, ସରପଂଚ, ସମିତିସଭ୍ୟ ତଥା ସମାଜର ସମସ୍ତ ବର୍ଗର ସ୍ୱରକୁ ଧୂଳିସାତ କରିଦେଇଛି ତାହା ମଧ୍ୟ ଗ୍ରାଉଣ୍ଡ ଜିରୋରେ କିପରି ପହଂଚିପାରିବ ତାହା ଉପରେ ଗଣମାଧ୍ୟମ ଇନ୍‌ଚାର୍ଜ ଶ୍ରୀ ଉମାକାନ୍ତ ପଟ୍ଟନାୟକ କହିଛନ୍ତି ।
ଆଗାମୀ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ସାମାଜିକ ଗଣମାଧ୍ୟମ ଦ୍ୱାରା ଭାରତୀୟ ଜନତା ପାର୍ଟିର ଆଭିମୁଖ୍ୟ, କାର୍ଯ୍ୟକ୍ରମ ଓ ବାର୍ତାକୁ ପ୍ରଭାବୀ ଢଙ୍ଗରେ ତୃଣମୂଳସ୍ତରଯାଏ କିଭଳିଭାବେ ପହଂଚା ଯାଇପାରିବ ସେ ନେଇ ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟସ୍ତରୀୟ “ସୋସିଆଲ ମିଡିଆ କର୍ମଶାଳା” ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷିରେ ଗଣମାଧ୍ୟମ ସହିତ ପାଦରେ ପାଦ ମିଳାଇ ସାମାଜିକ ଗଣମାଧ୍ୟମ ନିଜର ଉପସ୍ଥିତି ଜାହିର କରିବାରେ ସଫଳ ହୋଇଛି ।
ଏହି କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ ମହାନ୍ତି, ସୋସିଆଲ ମିଡିଆ ରାଜ୍ୟ ପ୍ରଭାରୀ ପଙ୍କଜ ଶୁକ୍ଳା, ସୋସିଆଲ ମିଡିଆ ରାଜ୍ୟ ସହପ୍ରଭାରୀ ଅରୁଣ ଯାଦବ, ବିରୋଧୀ ଦଳର ନେତା ଶ୍ରୀ ଜୟନାରାୟଣ ମିଶ୍ର, ସାମାଜିକ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଉମାକାନ୍ତ ପଟ୍ଟନାୟକ ଓ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love