ସମାଜସେବୀ ଦାମୋଦର ଆଇଚଙ୍କ ପରଲୋକ

ଅନୁଗୁଳ – ବରିଷ୍ଠ ଶ୍ରମିକ ନେତା ତଥା ସମାଜସେବୀ ଦାମୋଦର ଆଇଚ(68)ଙ୍କ ପରଲୋକ ଘଟିଛି। ଅନୁଗୋଳ ଜିଲ୍ଲା ବଅଂରପାଳ ବ୍ଲକ ଅନ୍ତର୍ଗତ ବୁଢାପଙ୍କ ଗ୍ରାମରେ ୧୯୫୪ ମସିହା ଫ୍ରେବୃୟାରୀ ୧୫ ତାରିଖ ଜନ୍ମ ଗ୍ରହଣ କରିଥିବା ଏହି ସମାଜସେବୀ ଜଣଙ୍କ ନିଜ ପିତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ନିଜକୁ ସମାଜସେବା କ୍ଷେତ୍ରରେ ନିୟୋଜିତ କରିଥିଲେ।ଅନୁଗୁଳ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନ,କଳାକାର ସଂଗଠନ,ସହ ଜଜିଡ଼ ରହି ସେମାନଙ୍କ ସମସ୍ୟା ସମାଧାନରେ ପ୍ରମୁଖ ଭୂମିକା ନେଇଥିଲେ। ତାଙ୍କ ମୃତ୍ୟୁରେ ସମଗ୍ର ଅନୁଗୁଳ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଅସୁସ୍ଥତା ଯୋଗୁଁ
ଦୀର୍ଘଦିନ ହେବ ମଧ୍ୟ ଚିକିତ୍ସିତ ହେଉଥିବା ବେଳେ ଆଜି ଭୋର ସମୟରେ ତାଙ୍କର ପରଲୋକ ଘଟିଛି।ମୃତ୍ୟୁ ଶାର୍ଯ୍ୟା ନିକଟରେ ଧର୍ମପତ୍ନୀ ,ଏକମାତ୍ର ପୁତ୍ର ସାମ୍ବାଦିକ ସୁଶୀଲ କୁମାର ଆଇଚ,ପୁତ୍ରବଧୁ,ନାତି ଉପସ୍ଥିତ ଥିଲେ।

Spread the love