ଘରକୁ ଫେରିଲେ ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ

କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଘରକୁ ଫେରିଛନ୍ତି ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ । ତାଙ୍କ ମୁଣ୍ଡ ଠିକ୍ ନଥିବା ଚିକିତ୍ସା କରୁଥିବା ଡାକ୍ତର କହିଥିବାବେଳେ ଏହାକୁ ଅଗ୍ରାହ୍ୟ କରିଛନ୍ତି ମୁକ୍ତିକାନ୍ତ । ସେ ସମ୍ପୂର୍ଣ୍ଣ ସୁସ୍ଥ ତାଙ୍କ ମୁଣ୍ଡ ପୁରା ଠିକ ଅଛି ବୋଲି ସେ କହିଛନ୍ତି । ଯଦି ତାଙ୍କ ମୁଣ୍ଡ ଠିକ ନଥାନ୍ତା ତାହଲେ ସେ ରାଉରକେଲାବାସୀଙ୍କ ଦାବୀ ନେଇ ୩୦ କେଜିର ଭାର ନେଇ ରାଉରକେଲାରୁ ଭୁବନେଶ୍ୱର ୫୩୦ କିଲୋମିଟର ବାଟ ଚାଲି ଚାଲି ଆସିନଥାନ୍ତି । କି ମୁଖ୍ୟମନ୍ତ୍ରୀଙ୍କ ଘର ଠାରୁ ୫୦୦ ମିଟର ଦୂରରେ ୭ ଦିନ ଧରି ଅନଶନରେ ବସିନଥାନ୍ତି ବୋଲି କହିଛନ୍ତି ମୁକ୍ତିକାନ୍ତ ।

Spread the love