ମାଡି ଆସୁଛି ସୌର ଝଡ, ପୃଥିବୀର ରେଡିଓ ତରଙ୍ଗ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ, ୦୪|୦୯: ମାଡି ଆସୁଛି ସୌର ଝଡ । ରବିବାର ସୌର ଝଡ ପୃଥିବୀରେ ମାଡ ହେବ । ତେବେ ପୂର୍ବରୁ ମାଡ ହେଉଥିବା ଝଡ ତୁଳନାରେ ଏହା କେଇ ଗୁଣା ଅଧିକ ଶକ୍ତିଶାଳୀ । ସୂର୍ଯ୍ୟର କରୋନାଲ୍ ଗର୍ତ୍ତରେ ଏକ ପ୍ରକାର ବିସ୍ଫୋରଣ ହୋଇଥିବାରୁ ଏହା ସୃଷ୍ଟି ହୋଇଥିବା କୁହାଯାଉଛି । ଏହା ପ୍ରଭାବରେ ଅନେକ ସ୍ଥାନରେ ରେଡିଓ ତରଙ୍ଗ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ସ୍ପେସ୍ ଓ୍ୱେଦର.କମ୍ ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ୪ ତାରିଖରେ ଜି୧ ଓ ଜି୨ ସୌରଝଡ ପୃଥିବୀରେ ଆଡକୁ ମୁହାଁଇବ । ଯାହା ଦ୍ୱାରା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ପ୍ରଭାବତି ହେବ । ଏହା ସୂର୍ଯ୍ୟର ବାୟୁମଣ୍ଡକରୁ ଆସୁଛି । ଏହା କରୋନାଲ୍ ଗର୍ତ୍ତ ମାଧ୍ୟମରେ ସୃଷ୍ଟି ହୋଇଛି । ସୂର୍ଯ୍ୟର ଏହି ସ୍ତରରେ ସୌରଝଡ ସୃଷ୍ଟି ହୋଇଥାଏ ଓ ଏହା ଅନ୍ୟ ଗ୍ରହ ଆଡକୁ ଗତି କରିଥାଏ ।

ଏହି ଜି୨ ଶ୍ରେଣୀର ସୌରଝଡ ସେପରି ବେଶି କିଛି ଘାତକ ନୁହେଁ । କିନ୍ତୁ ଏହା ଦ୍ୱାରା ଉଚ୍ଚ ଦ୍ରାଘିମାରେ ଥିବା ସ୍ଥାନ ପ୍ରଭାବିତ ହୋଇପାରେ । ରେଡିଓ ତରଙ୍ଗ ଉପରେ ଏହା ପ୍ରତିକୂଳ ପ୍ରଭାବ ପକାଇବ । ଏପରିକି ନାଭିଗେସନ ସିଷ୍ଟମ ମଧ୍ୟ ବନ୍ଦ ହୋଇଯିବା ନେଇ ଆଶଙ୍କା ରହିଛି । ନିକଟରେ ସୂର୍ଯ୍ୟରେ ଅନେକ ପରିବର୍ତ୍ତନ ଦେଖାଦେଇଛି । ୨୦୨୩ରେ ଅଧିକ ସୌର ଝଡ ହେବା ନେଇ ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ।

Spread the love