ଗୀତିକାର ସୋମନାଥ ରାଜଗୁରୁଙ୍କ ପରଲୋକ

ଭୁବନେଶ୍ୱର ୨୭।୧୧: ‘ଵାଲି ଖେଳୁଥିଲେ ନନ୍ଦ ସୁତ କଳା କହ୍ନାଇ’ ଲୋକପ୍ରିୟ ଭଜନର ଗୀତିକାର ସୋମନାଥ ରାଜଗୁରୁ ଆଉ ନାହାନ୍ତି । ଶନିବାର ଦିନ ୧ଟା ବେଳେ ଭୁବନେଶ୍ୱର ବାସଭବନରେ ୮୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ତାଙ୍କ ବିୟୋଗରେ ସଂଗୀତ ମହଲରେ ଶୋକ ଖେଳିଯାଇଛି । ସେ ଏକାଧାରରେ ଜଣେ ଲେଖକ , କବି , ଗୀତିକାର ଓ ସଂଗୀତ ନିର୍ଦ୍ଦେଶକ ଥିଲେ । ଓଡିଶାର ଜଣେ ଲବ୍ଧ ପ୍ରତିଷ୍ଠିତ ସଂଗୀତକାର ଭାବେ ସେ ୩୦୦୦ ରୁ ଉର୍ଦ୍ଧ ଜଗନ୍ନାଥ ଭଜନ, ଜଣାଣ , ଚମ୍ପୁ , ଛାନ୍ଦ ଓ ପାଲି ଗୀତ ଲେଖିଛନ୍ତି । ୧୯୮୧ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ‘ଉଦୟଭାନୁ’ରେ ତାଙ୍କ ଦ୍ୱାରା ଲିଖିତ ଗୀତ ‘ ଜହ୍ନ ଉଁଏ ଏକା ନଦୀ ବହେ ଏକା’ ଗାଇଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ । ଏହାର ସଂଗୀତ ନିର୍ଦ୍ଦେଶନା ଦେଇଥିଲେ -ବାସୁଦେବ ରଥ । ପିଲାଟି ଦିନରୁ ସେ ଜଣେ ଜଗନ୍ନାଥ ଭକ୍ତ । ଭଜନ ଓ ଜଣାଣ କ୍ଷେତ୍ରରେ ତାଙ୍କର ଓଡିଶାରେ ଉଲ୍ଲେଖନୀୟ ଅବଦାନ ରହିଛି । ବହୁ ଖ୍ୟାତନାମା କଣ୍ଠଶିଳ୍ପୀ ତାଙ୍କ ରଚିତ ଗୀତ ଗାଇଛନ୍ତି । ଭଜନ ଗାୟକ ଅରବିନ୍ଦ ମୁଦୁଲୀଙ୍କର ସେ ଗୁରୁ ।

Spread the love