ଡିଏଫଓଙ୍କ ପରେ ଏବେ ବିଦ୍ୟାଙ୍କ ପାଳି, ଖୁବଶୀଘ୍ର ବିଦ୍ୟାଭାରତୀଙ୍କ ହେବ ଲାଏ ଡିଟେକସନ୍ ଟେଷ୍ଟ
ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପୁଣି ଥରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଖୁବଶୀଘ୍ର ବିଦ୍ୟାଭାରତୀଙ୍କ ଲାଏ ଡିଟେକସନ୍ ଟେଷ୍ଟ ହେବ । ଏଥିପାଇଁ ବିଦ୍ୟାଭାରତୀଙ୍କୁ ଭୁବନେଶ୍ୱର ଅଣାଯିବ ବୋଲି ସୂଚନା ମିଳିଛି । ଏଥିପାଇଁ ତାଙ୍କର ଅନୁମତି ଦରକାର । ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଏହି ତିନିଙ୍କ ନାଁରେ ଏତଲା ହୋଇଛି । ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ଏତଲା ଦେଇଥିଲେ ସୌମ୍ୟଙ୍କ ପରିବାର । ଗତକାଲି ଗଜପତି ଡିଏଫଓ ଓ ରୋଷେୟାଙ୍କ ଲାଏ ଡିଟେକସନ୍ ଟେଷ୍ଟ ହୋଇଥିଲା । ଲାଏ ଡିଟେକସନ୍ ଟେଷ୍ଟରେ କିଛି ତଥ୍ୟ ଲୁଚାଇଥିଲେ ଧରାପଡ଼ିବ । ରିପୋର୍ଟ ଆଧାରରେ ତଦନ୍ତର ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବ କ୍ରାଇମବ୍ରାଞ୍ଚ । ପୂର୍ବରୁ ତିନିଟି ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ପାରଳାଖେମୁଣ୍ଡି, ସୌମ୍ୟଙ୍କ ପରିବାର ଏବଂ ବିଦ୍ୟାଭାରତୀ ଓ ତାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିଲା । ସୌମ୍ୟଙ୍କ ପରିବାର ଲୋକ ବିଦ୍ୟାଭାରତୀଙ୍କ ସମେତ ଚିକିତ୍ସା କରିଥିବା ଡାକ୍ତର ଓ ତହସିଲଦାରଙ୍କ ଲାଏ ଡିଟେକସନ୍ ଟେଷ୍ଚ କରିବାକୁ ଦାବି କରିଛନ୍ତି ।