ସତ କହିବେ କି ବିଦ୍ୟାଭାରତୀ ? ନା’ ପୁଣି ଭୂଆଁ ବୁଲାଇବେ ? ଆସନ୍ତା ସପ୍ତାହରେ କ୍ରାଇମବ୍ରାଞ୍ଚ କରିବ ଜେରା

ଭୁବନେଶ୍ବର ୨୫।୮: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ଏବେ କ୍ରାଇମବ୍ରାଞ୍ଚ ହାତରେ । ଆସନ୍ତା ସପ୍ତାହରେ ମୃତ ଏସିଏଫ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ଫୋରେନସିକ୍ ରିପୋର୍ଟକୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ୍‌ ଅପେକ୍ଷା କରିଛି । ପ୍ରଥମ ପର୍ଯ୍ୟାୟ କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ତଥ୍ୟର ତର୍ଜମା ଜାରି ରହିଛି । ଏ ନେଇ କ୍ରାଇମ୍‌ବ୍ରାଞ୍ଚ୍‌ ଏଡିଜି ସଞ୍ଜୀବ ପଣ୍ଡ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ପାରଳେଖମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାର ଖିଅ ଖୋଜିବାରେ ଲାଗିଛି କ୍ରାଇମ୍‌ବ୍ରାଞ୍ଚ । ଘଟଣାକୁ ମାସେ ବିତି ଯାଇଥିଲେ ବି ରହସ୍ୟ ଉପରୁ ହଟିପାରୁନି ପରଦା । ସମୟ ଯେତିକି ଗଡୁଛି ରହସ୍ୟ ସେତିକି ବଢୁଛି । ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲାର ତଦନ୍ତ ପୋଲିସ ଲମ୍ବାଇ ଚାଲିଥିବା ବେଳେ ପରେ ଦାୟିତ୍ବ ନେଇଥିଲା କ୍ରାଇମବ୍ରାଞ୍ଚ । ତେବେ ପ୍ରଥମ ପର୍ଯ୍ୟାୟରେ ପାରଳାଖେମୁଣ୍ଡି ଯାଇ ସୌମ୍ୟଙ୍କ ସରକାରୀ ବାସଭବନ ତଥା ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଥିବା ବେଳେ ମାମଲାରେ ସଂପୃକ୍ତ କୁହାଯାଉଥିବା ବ୍ୟକ୍ତିବିଶେଷଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ ।  ଦୀର୍ଘ ୮ ଦିନ ପ୍ରାୟ ୧୩ ଜଣଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ ।

ଘଟଣାଦିନ ଉପସ୍ଥିତ ଥିବା ରୋଷେୟା ଏବଂ ଡିଏଫଓଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଜେରା କରିଥିଲା । ସେମାନଙ୍କ ଗୁଡାଇ ତୁଡାଇ ବିଭିନ୍ନ ପ୍ରଶ୍ନ ପଚାରିଥିଲା କ୍ରାଇମବ୍ରାଞ୍ଚ । ଏମିତିକି ଗୁରାଣ୍ଡି ଥାନା ଓଆଇସିଙ୍କୁ ମଧ୍ୟ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ । କିନ୍ତୁ ବିଦ୍ୟାଭାରତୀଙ୍କୁ ପଚରାଉଚରା ନକରି ଭୁବନେଶ୍ବର ଫେରିଯାଇଥିଲା କ୍ରାଇମବ୍ରାଞ୍ଚ ଟିମ୍ । ତେବେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । କେବେ ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିବ ସେନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା ।

Spread the love