ବିଦ୍ୟାଭାରତୀଙ୍କର ମିଛଧରା ପରୀକ୍ଷା ଆଜି, ବାହାରିବ କି ସତ ?

ଗଜପତି, ୨୦|୦୯: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁର ସତ ଖୋଜୁଛି କ୍ରାଇମବ୍ରାଞ୍ଚ । ଲାଏ ଡିଟେକସନ୍ ଟେଷ୍ଟ ଉପରେ ଭରସା କରିଛି କ୍ରାଇମବ୍ରାଞ୍ଚ । ଶନିବାର ଡିଏଫଓ ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭଙ୍କର ଲାଏ ଡିଟେକସନ୍ ଟେଷ୍ଟ ହୋଇଥିଲା । ଏବେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଦ୍ୟାଭାରତୀଙ୍କର ପାଳି।

ସୋମବାର କ୍ରାଇମବ୍ରାଞ୍ଚ ବିଦ୍ୟାଭାରତୀଙ୍କର ମିଛଧରା ପରୀକ୍ଷା କରିବ ବୋଲି ସୂଚନା ମିଳିଛି। ପଚରାଉଚରା ବେଳେ ବିଦ୍ୟାଭରତୀ ଯେଉଁସବୁ ତଥ୍ୟ ଦେଇଥିଲେ ସେଥିରେ କେତେ ସତ୍ୟତା ରହିଛି ଲାଏ ଡିଟେକସନ୍ ଟେଷ୍ଟରେ ତାହାର ପରୀକ୍ଷା ହେବ । ଶନିବାର ରାଜ୍ୟ ଫରେନସିକ୍ ଲ୍ୟାବରେ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ ବେହେରାଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ପ୍ରାୟ ୨ଘଣ୍ଟା ଧରି ୧୦୦ରୁ ଅଧିକ ପ୍ରଶ୍ନର ସାମ୍ନା କରିଥିଲେ ଡିଏଫଓ ।

ଡିଏଫଓଙ୍କ ସହ ରୋଷେୟାଙ୍କର ମଧ୍ୟ ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ଏସିଏଫ୍ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସହ ଡିଏଫଓ ଙ୍କ ସଂପର୍କ କଣ । କେତେ ଦିନ ଆଗରୁ ବିଦ୍ୟାଭାରତୀଙ୍କ ସହ ପରିଚୟ ହୋଇଥିଲା । ସୌମ୍ୟ ପୋଡି ହେବା ଘଟଣା ଦିନ ଡିଏଫଓ କେତେବେଳେ ଖବର ପାଇଲେ । ଖବର ପାଇବା ପରେ କେତେ ସମୟ ଭିତରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାସ୍ଥଳରେ କେତେ ସମୟ ରହିଥିଲେ । ଏମିତି ପ୍ରଶ୍ନ କରି ଉତ୍ତର ଖୋଜିବାକୁ ଚେଷ୍ଟା କରିଛି କ୍ରାଇମବ୍ରାଞ୍ଚ ।

Spread the love