ମା’କୁ ବାଡ଼େଇ ବାଡ଼େଇ ଘରୁ ବାହାର କଲେ ପୁଅବୋହୂ

ଭୁବନେଶ୍ୱର ୧୯/୧୦: ମଣିଷ ହରାଇଲା ମାନବିକତା। ଜନ୍ମକଲା ମା’କୁ ବାଡ଼େଇ ବାଡ଼େଇ ଘରୁ ବାହାର କଲେ ପୁଅବୋହୂ। ଯେଉଁ ଘର ଲୋନରେ ତିଆରି କରିଥିଲା ମା’ ସେହି ଘରେ ରହିବାକୁ ୨୦ ହଜାର ଟଙ୍କା ଦାବି କଲା ପୁଅ। ଅଢେ଼ଇ ମାସ ବାର ଦୁଆର ବୁଲିବୁଲି ଖାଉଥିବା ମା’ କାନ୍ଦିକାନ୍ଦି ଥାନାରେ ଟଙ୍କା ଗଣିଲା ପୁଅକୁ ଆଉ କହିଲା ଏମିତି ପୁଅ ଭଗବାନ୍ କାହାକୁ ନ ଦିଅନ୍ତୁ କି ଏମିତି କପାଳ କେଉଁ ମାଆ ର ନହେଉ। ହଁ ଏଇତ ଦୁନିଆଁ। ଦସ ମାସ ଗର୍ଭରେ ରଖି ଜନ୍ମ ଦେଲା ପରେ ପିଲାଙ୍କୁ ନେଇ ବାପା ମାଆ ଦେଖିଥାନ୍ତି ଅନେକ ସ୍ଵପ୍ନ। ବେଶି ବଡ଼ ନହେଲେ ମଧ୍ୟ ପେଟ କାଟିକାଟି କରିଥିବା ବଖରାୟେ ଘରେ ପରିଣତ ବୟସରେ ନିଜ ପିଲାଙ୍କ ଗହଣରେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ରହିବାକୁ କେତେଯେ ଆଶା ବାନ୍ଧି ଥାନ୍ତି। କିନ୍ତୁ ସେତେବେଳେ ସବୁ ସ୍ଵପ୍ନ ମାଟିରେ ମିଶିଯାଏ ଏବଂ ଆକାଶ ମୁଣ୍ଡ ଉପରେ ଛିଡ଼ି ଯାଏ ଯେତେବେଳେ ପୁଅ ବୋହୂ ବେସାହାରା ମାଆ କୁ ଖାଇବାକୁ ନଦେଇ ବାଡ଼େଇ ବାଡ଼େଇ ଘରୁ ବାହାର କରିଦିଅନ୍ତି ଆଉ ଓଲଟା ଘରେ ରହିବାକୁ ପୁଅ ୨୦ ହଜାର ଟଙ୍କା ଦାବି କରେ।

ଅଢେ଼ଇ ମାସ ଦୁଆର ଦୁଆର ବୁଲି ଶେଷରେ ମାଆ ଦଶ ପଇସା ସୁଧରେ ଧାର କରଜ କରିବା ସହ ଗ୍ୟାସ ଟାଙ୍କି ବନ୍ଧା ରଖି ଶେଷରେ ଥାନାରେ ପୁଅକୁ ଟଙ୍କା ଦେବା ବେଳର ଦୃଶ୍ୟ ଆଶ୍ଚର୍ଯ୍ୟ କରିବା ସହ ସେଠାରେ ଲୋକଙ୍କ ଆଖିରେ ଲୁହ ଭରି ଦେଇଥିଲା ଏବଂ ଯିବା ପୂର୍ବରୁ ମାଆ ପାଟିରୁ କେବଳ ଏତିକି ବାହାରି ଥିଲା ଯେ ଭଗବାନ୍ ତାକୁ କ୍ଷମା କରନ୍ତୁ ଆଉ ଏମିତି ପୁଅ କାହାକୁ ନ ଦିଅନ୍ତୁ।ଜନ୍ମକଲା ମା’କୁ ଘରୁ ବାଡ଼େଇ ବାହାର କଲେ ପୁଅବୋହୂ। ଯେଉଁ ଘର ଲୋନରେ ତିଆରି କରିଥିଲା ମା’ ସେହି ଘରେ ରହିବାକୁ ୨୦ ହଜାର ଟଙ୍କା ଦାବି କଲା ପୁଅ। କାନ୍ଦିକାନ୍ଦି ଥାନାରେ ଟଙ୍କା ଗଣିଲା ମାଆ ଆଉ କହିଲା ଏମିତି ପୁଅ ଭଗବାନ୍ କାହାକୁ ନ ଦିଅନ୍ତୁ କି ଏମିତି କପାଳ କେଉଁ ମାଆ ର ନହେଉ। ହଁ ଏଇତ ଦୁନିଆଁ। ଦସ ମାସ ଗର୍ଭରେ ରଖି ଜନ୍ମ ଦେଲା ପରେ ପିଲାଙ୍କୁ ନେଇ ବାପା ମାଆ ଦେଖିଥାନ୍ତି ଅନେକ ସ୍ଵପ୍ନ । ବେଶି ବଡ଼ ନହେଲେ ମଧ୍ୟ ପେଟ କାଟିକାଟି କରିଥିବା ବଖରାୟେ ଘରେ ପରିଣତ ବୟସରେ ନିଜ ପିଲାଙ୍କ ଗହଣରେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ରହିବାକୁ କେତେଯେ ଆଶା ବାନ୍ଧିଥାନ୍ତି ।

କିନ୍ତୁ ସେତେବେଳେ ସବୁ ସ୍ଵପ୍ନ ମାଟିରେ ମିଶିଯାଏ ଏବଂ ଆକାଶ ମୁଣ୍ଡ ଉପରେ ଛିଡ଼ି ଯାଏ ଯେତେବେଳେ ପୁଅ ବୋହୂ ବେସାହାରା ମାଆ କୁ ଖାଇବାକୁ ନଦେଇ ବାଡ଼େଇ ବାଡ଼େଇ ଘରୁ ବାହାର କରିଦିଅନ୍ତି ଆଉ ଓଲଟା ଘରେ ରହିବାକୁ ପୁଅ ୨୦ ହଜାର ଟଙ୍କା ଦାବି କରେ । ଅଢେ଼ଇ ମାସ ଦୁଆର ଦୁଆର ବୁଲି ଶେଷରେ ମାଆ ଦଶ ପଇସା ସୁଧରେ ଧାର କରଜ କରିବା ସହ ଗ୍ୟାସ ଟାଙ୍କି ବନ୍ଧା ରଖି ଶେଷରେ ଥାନାରେ ପୁଅକୁ ଟଙ୍କା ଦେବା ବେଳର ଦୃଶ୍ୟ ଆଶ୍ଚର୍ଯ୍ୟ କରିବା ସହ ସେଠାରେ ଲୋକଙ୍କ ଆଖିରେ ଲୁହ ଭରି ଦେଇଥିଲା ଏବଂ ଯିବା ପୂର୍ବରୁ ମାଆ ପାଟିରୁ କେବଳ ଏତିକି ବାହାରି ଥିଲା ଯେ ଭଗବାନ୍ ତାକୁ କ୍ଷମା କରନ୍ତୁ ଆଉ ଏମିତି ପୁଅ କାହାକୁ ନ ଦିଅନ୍ତୁ।

Spread the love