‘କେହି ନ ଆସନ୍ତୁ ମୁଁ ଏକା ନେଇଯିବି ମାଆ କୁ’

ଉପରୋକ୍ତ ଉକ୍ତିଟି  କୌଣସି ଯାତ୍ରାର ଡାଇଲଗ ନୁହେଁ କି ଫିଲ୍ମର କାହାଣୀ ନୁହେଁ । ଏହା ସତ ଘଟଣା । ଦିନକୁ ଦିନ ହଜି ଯାଉଛି ମାନବିକତା ଆଉ ମରିଯାଉଛି ମଣିଷ ପଣିଆ । ମଣିଷ ଯେତେ ଆଧିନିକତା ଆଡକୁ ଅଗ୍ରସର ହେଉଛି  ସେହି ଅନୁପାତରେ ମଣିଷ ପଣିଆ ମଧ୍ୟ ହରାଉ ଥିବା ଅନେକ ଉଦାହରଣ ଦେଖିବାକୁ ମିଳୁଛି ।  କେତେବେଳେ ରୋଗୀକୁ ଖଟିଆରେ ବୋହାଯାଉଛି ତ କେତେବେଳେ ଶବକୁ କାନ୍ଧରେ ଆଉ କେତେବେଳେ ସାଇକେଲରେ ।  ଭାରତୀୟ ପରମ୍ପରାରେ ମଶାଣିକୁ ନେବାପାଇଁ ଚାରି କାନ୍ଧ ଲୋଡା ହୋଇଥାଏ ।  ହେଲେ ବେଳେବେଳେ  ମନବିକତା ଅଭାବରୁ ଶବକୁ କାନ୍ଧ ମିଳେନି । ବାଧ୍ୟ ହୋଇ ପରିବାର ଲୋକେ କାନ୍ଧରେ ବୋହି ନହେଲେ ସାଇକଲରେ ମଶାଣିକୁ ନିଅନ୍ତି । ସେମିତି ଏକ ଘଟଣା ଦେଖିବାକୁ ମିଳିଛି   ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା କର୍ପାବାହାଲ ନିକଟ ବନ୍ଧବାହାଲରେ। 

ସୁନ୍ଦରଗଡ ହେମଗିରି ଥାନା ଲିପସାଲି ଗାଁରେ ମନୁ ସିନ୍ଧିରିଆ 7ରୁ 8 ବର୍ଷ ତଳେ କାମ ଖୋଜି ଝାରସୁଗୁଡା ଆସିଥିଲେ । ଦେଢ ବର୍ଷ ତେଳ ମନୁ ସିନ୍ଧିରିଆଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରା ଜାନକୀ ଓ ପୁଅ ସୁରଜ ଏଠାରେ ରହୁଥିଲେ । ଗତ ବୁଧବାର ସକାଳେ ପାଣି ଆଣୁଥିବା ବେଳେ ତଳେ କଚାଡି ହୋଇପଡିଯାଇଥିଲେ । ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହା ପରେ ପୁଅ ସୁରଜ ଅନୁରୋଧ କରିବା ସତ୍ୱେ କାନ୍ଧ ଦେବା ପାଇଁ ସାଇ ପଡିଶା କିଏ ଆସିନଥିଲେ । ଶବ ନେବାକୁ ଖଟ ଖଣ୍ଡେ ନଥିଲା । ଫଳରେ ସୁରଜ ବାଉଁଶ ସାହାର୍ଯ୍ୟରେ ଶବକୁ ବାନ୍ଧି ସାଇକେଲରେ ମାର ଶବକୁ ନେଇଥିଲେ ପୁଅ ।ଖବର ପାଇ ବନ୍ଧମାହାଏ ଫାଣ୍ଡି ପୁଲିସ ଓ ବୁଦ୍ଧିଜୀବୀ ଘଟଣାସ୍ଥଳରେ ପହଚିଂଥିଲେ । ସାହାଯ୍ୟ କରିବାକୁ ଚାହିଁଥିଲେ ମଧ୍ୟ ସୁରଜ ଶବକୁ ନେଇ ନିକଟରେ ପତ୍ରା ଜଙ୍ଗଲରେ ଶବ ସତ୍କାର କରିଥିଲେ ।

Spread the love