ଏଥର ପଞ୍ଜାବ ନିର୍ବାଚନରେ ଭୋଟିଂ ଆଇକନ ହେବେନି ସୋନୁ ସୁଦ୍

ଣ୍ଡିଗଡ଼ ୮।୧: ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନର ଆଇକନ ହେବନି ବଲିଉଡ ଅଭିନେତା ସୋନୁ ସୁଦ।  ମତଦାନ ହାର ବୃଦ୍ଧି ଲାଗି ନିର୍ବାଚନ ଆୟୋଗ ସୁଦଙ୍କୁ ଭୋଟିଂ ଆଇକନ ନିଯୁକ୍ତ କରିଥିଲେ। ତେବେ ଏଥିର ତାଙ୍କୁ ବାଦ ଦିଆଯାଇଛି। ପଞ୍ଜାବ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଡା. ଏସ୍. କରୁଣା ରାଜୁ ଏହି ସୂଚନା ଦେଇଛନ୍ତି। ଗତ ଜାନୁୟାରୀ ୪ ତାରିଖ ଦିନ ରାଜ୍ୟ ଆଇକନ ଭାବେ ସୁଦଙ୍କ ନିଯୁକ୍ତି ପ୍ରତ୍ୟାହାର ହୋଇଥିବା ସେ କହିଛନ୍ତି।

ଏ ବାବଦେ ନିଜେ ସୋନୁ ସୁଦ ମଧ୍ୟ ଟ୍ୱିଟ୍‌ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ଭଲରେ ଭଲରେ ଏହି ଯାତ୍ରା ମଧ୍ୟ ସମାପ୍ତ ହୋଇଥିବା ଉଲ୍ଲେଖ କରିଛନ୍ତି। ମୁଁ ନିଜ ଇଛାରେ ପଞ୍ଜାବ ଷ୍ଟେଟ୍‌ ଆଇକନ ପଦବୀ ଛାଡିଥିବା ସେ ସୂଚିତ କରିଛନ୍ତି। ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନରେ ମୋ ପରିବାରର ସଦସ୍ୟ ପ୍ରତିଦ୍ୱନ୍ଦ୍ୱୀତା କରିବେ। ଏଣୁ ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଅଧିକାରୀଙ୍କ ସହ ପାରସ୍ପରିକ ଆଲୋଚନାରେ ଷ୍ଟେଟ୍ ଆଇକନ ପଦବୀରୁ ଓହ୍ଲାଇ ଆସିଛି ବୋଲି ସେ ଉଲ୍ଲେଖ କରିଛନ୍ତି।

ଉଲ୍ଲେଖଯୋଗ୍ୟଯେ ସୋନୁ ସୁଦଙ୍କ ଭଉଣୀ ମାଲବିକା ସୁଦ ଏଥର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବେ। ଏ ବାବଦେ ସୋନୁ ସୁଦ ନିଜେ ମୋଗାରେ ଘୋଷଣା କରିଥିଲେ। ତେବେ ନିଜେ ସୋନୁ ସୁଦ ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳକୁ ବ୍ୟକ୍ତିଗତ ସମର୍ଥନ କରି ନାହାନ୍ତି।  ତେବେ ରାଜନୀତି ଲାଗି ତାଙ୍କର ଆଗ୍ରହ ଯୋଗୁ ସିଇଓ ଏହି ପଦକ୍ଷେପ ନେଇଛନ୍ତି।

ଅତୀତରେ ସୋନୁ ଆମଆଦମୀ ପାର୍ଟି ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରୀୱାଲଙ୍କୁ ଭେଟିଥିଲେ। ନିକଟରେ ସେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିଛନ୍ତି। ଏହା ଛଡା ସେ ସୁଖବୀର ବାଦଲ ଓ ଅମରିନ୍ଦର ସିଂହଙ୍କୁ ମଧ୍ୟ ଭେଟିଥିବାର ଖବର ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ତେବେ ସେ ସିଧାଶଳଖ କୌଣସି ପାର୍ଟିକୁ ସମର୍ଥନ କରୁ ନଥିବା ବେଳେ ନିଜ ଊଉଣୀଙ୍କ ଲାଗି ପ୍ରଚାର କରୁଛନ୍ତି।

Spread the love