୨୦ କୋଟିରୁ ଅଧିକ ଟଙ୍କାର ଟିକସ ଫାଙ୍କିଛନ୍ତି ଅଭିନେତା ସୋନୁ ସୁଦ୍‌: ଆୟକର ବିଭାଗ

ଅଭିନେତା ସୋନୁ ସୁଦ୍‌ଙ୍କ ଉପରେ ଲାଗିଲା ସଙ୍ଗିନ ଅଭିଯୋଗ । ୨୦ କୋଟିରୁ ଅଧିକ ଟଙ୍କାର ଟିକସ ଫାଙ୍କିଥିବା ଅଭିଯୋଗ ଆଣିଛି ଆୟକର ବିଭାଗ। ଗତ ତିିନି ଦିନ ଧରି ସୋନୁ ସୁଦଙ୍କ ଘର ଓ ଅଫିସ ଉପରେ ଚଢଉ କରିଥିଲା ଆୟକର ବିଭାଗ। ଆଜି ବିବୃତ୍ତି ଜାରି କରି ସୋନୁ ସୁଦ୍‌ ୨୦ କୋଟି ଟଙ୍କା ଆୟକର ଫାଙ୍କିଥିବା ବିଭାଗ ପକ୍ଷରୁ କୁହାଯାଇଛି। ଅଣ ଲାଭଦାୟକ ସଂସ୍ଥା ମାଧ୍ୟମରେ ବିଦେଶୀ ଦାତାଙ୍କ ଠାରୁ କ୍ରାଉଡଫଣ୍ଡିଂ ପ୍ଲାଟଫର୍ମରେ FCRA ଆଇନର ଉଲ୍ଲଙ୍ଘନ କରି ସେ ୨କୋଟିରୁ ଅଧିକ ଟଙ୍କା ଲାଭ କରିଛନ୍ତି। ବେନାମୀ ସଂସ୍ଥା ମାଧ୍ୟମରେ ବହୁ ପରିମାଣର ଋଣ ଅର୍ଥ ଯୋଗାଡ କରିଥିବା ଆୟକର ବିଭାଗ କହିଛି। ଚଢଉ ବେଳେ ସୋନୁ ସୁଦଙ୍କ ଘର ଓ କାର୍ଯ୍ୟାଳୟରୁ ଟିକସ ଫାଙ୍କି ନେଇ ପ୍ରମାଣ ମିଳିଥିବା କୁହାଯାଇଛି ।

୪୮ ବର୍ଷିୟ ସୋନୁ ସୁଦ କୋଭିଡ ମହାମାରୀ ବେଳେ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସହାୟତା କରି ଅନେକ ପ୍ରଶଂସା ସାଉଁଟିଥିଲେ । ଗତ ଜୁଲାଇରେ ସୋନୁ ସୁଦ୍‌ ଚ୍ୟାରିଟି ଫାଉଣ୍ଡେସନ ମାଧ୍ୟମରେ କୋଭିଡ ଫାଷ୍ଟ ୱେଭରେ ୧୮ କୋଟି ଟଙ୍କା ଦାନ ଆକାରରେ ପାଇଥିଲେ। ମାତ୍ର ଏଥିମଧ୍ୟରୁ ମାତ୍ର ୧କୋଟି ୯୦ ଲକ୍ଷ ଟଙ୍କା ସହାୟତା କାର୍ଯ୍ୟରେ ବିନିଯୋଗ ହୋଇଥିବା ବେଳେ ୧୭ କୋଟି ଟଙ୍କା ଏବେ ବି ବ୍ୟାଙ୍କ ଜମାଖାତାରେ ରହିଥିବା ଆୟକର ବିଭାଗ ସୂଚନା ଦେଇଛି। ସେପଟେ ଲକ୍ଷ୍ନୌରେ ଥିବା ତାଙ୍କ ରିଅଲ ଇଷ୍ଟେଟ ଫାର୍ମ ମଧ୍ୟ ଇନ୍‌କମ ଟାକ୍ସ ସ୍କାନରରେ ଥିବା ଜଣାପଡ଼ିଛି। ସୋନୁଙ୍କ ଉପରେ ଆୟକର ବିଭାଗର ଚଢଉକୁ କଡ଼ା ନିନ୍ଦା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।
Spread the love