ଶ୍ରମିକ ବନ୍ଧୁ ସୌରିବନ୍ଧୁଙ୍କ ବିୟୋଗରେ ସଞ୍ଜୟ ଦାସବର୍ମାଙ୍କ ଶୋକ

ଭୁବନେଶ୍ୱର, ବିଶିଷ୍ଟ ଶ୍ରମିକ ନେତା,  ଆଇ ଟି ୟୁ ସିର ସାଧାରଣ ସମ୍ପାଦକ,  ସିପି ଆଇର ପୂର୍ବତନ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ କମ୍ରେଡ ସୌରୀବନ୍ଧୁଙ୍କ ଆଜି ପରଲୋକ ହୋଇଛି।  ଦୀର୍ଘ ଚାରି ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ସେ ଓଡ଼ିଶାର ବ୍ୟାଙ୍କ କର୍ମଚାରୀ ତଥା ଶ୍ରମିକଶ୍ରେଣୀର ବିଭିନ୍ନ ନ୍ୟାୟଚିତ ଦାବିକୁ ନିଜର ଶାଣିତ ସ୍ୱର ଜରିଆରେ ଜୀବନର ଶେଷ ପର୍ଯ୍ୟନ୍ତ ଉଠାଇ ଆସିଥିଲେ ।

ତାଙ୍କ ବିୟୋଗ ମେହେନତି ଓ ଶ୍ରମିକ ଶ୍ରେଣୀ ପାଇଁ ଏକ ଅପୁରଣୀୟ କ୍ଷତି। ତାଙ୍କର ଏପରି ଅକାଳ ବିୟୋଗରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ତାଙ୍କ ପରିବାର ପ୍ରତି ସହାନୁଭୂତି ଜଣାଉଛି। ପ୍ରଭୁ ଜଗନ୍ନାଥ ତାଙ୍କର ଅମର ଆତ୍ମାର ସତଗତି କାମନା କରିବା ସହ ଶୋକ ବ୍ୟକ୍ତ କରିଛନ୍ତି   ।

 

Spread the love