ଶୀତଦିନେ ଦୂର ହୋଇଯିବ ତ୍ୱଚାର କଳାପଣ, ବ୍ୟବହାର କରନ୍ତୁ ହଳଦିଆ ସୋରିଷର ଫେସ୍‌ପ୍ୟାକ

ଖାଦ୍ୟ ପ୍ରସ୍ତୁତି ପାଇଁ ସୋରିଷ ତେଲ ବ୍ୟବହାର କରାଯାଇଥାଏ। ଖାଦ୍ୟରେ ସୋରିଷ ତେଲର ସ୍ୱାଦ ବହୁତ ଭଲ ଆସିଥାଏ। ସୋରିଷ ଖାଦ୍ୟର ସ୍ୱାଦ ବଢ଼ାଇବା ସହିତ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ସୋରିଷ ମଞ୍ଜି ବ୍ୟବହାର ଦ୍ୱାରା ତ୍ୱଚାର ଅନେକ ସମସ୍ୟାରୁ ଛୁଟକାରା ମିଳିଥାଏ। ଏମିତିରେ ଆଜି ଆମେ ଆପଣଙ୍କୁ ହଳଦିଆ ସୋରିଷ ମଞ୍ଜିରୁ ପ୍ରସ୍ତୁତ ଫେସ୍‌ପ୍ୟାକ ବିଷୟରେ କହିବାକୁ ଯାଉଛୁ।

ଫେସ୍‌ପ୍ୟାକ ବନାଇବା ପାଇଁ ଆବଶ୍ୟକ ସାମଗ୍ରୀ

ହଳଦିଆ ସୋରିଷ: ୨ରୁ ୩ ଚାମଚ

ଗୋଲାପ ଜଳ: ଆବଶ୍ୟକ ଅନୁସାରେ

ଏଲୋଭେରା ଜେଲ: ୧ ଚାମଚ

ଚନ୍ଦନ ପାଉଡର: ୧/୨ ଚାମଚ

ଫେସ୍‌ପ୍ୟାକ ବନାଇବାର ବିଧି

-ହଳଦିଆ ସୋରିଷ ତେଲକୁ ଭଲ ଭାବେ ପାଣିରେ ଭିଜାଇ ଦିଅନ୍ତୁ। ପୁଣି ଏହାକୁ ଗୋଲାପ ଜଳରେ ପକାଇ ୨-୩ ଘଣ୍ଟା ପାଇଁ ରଖନ୍ତୁ।

-ଏହାପରେ ଗୋଲାପ ଜଳ ଏବଂ ହଳଦିଆ ସୋରିଷକୁ ବ୍ଲେଣ୍ଡରରେ ପେସି ଚିକ୍କଣ ପେଷ୍ଟ ବନାଇ ନିଅନ୍ତୁ।

-ଏବେ ଏହାକୁ ଛଣାରେ ଛାଣି ଅଲଗା କରି ଦିଅନ୍ତୁ।

-ଛଣା ଯାଇଥିବା ପେଷ୍ଟକୁ ହାଲୁକା ଗରମ କରି ଏହାକୁ ଏକ ବାଉଲରେ ବାହାର କରି ଦିଅନ୍ତୁ।

-ଏଥିରେ ଏଲୋଭେରା ଜେଲ ଏବଂ ଚନ୍ଦନ ପାଉଡର ମିଶାଇ ଭଲ ଭାବରେ ମିକ୍ସ କରି ନିଅନ୍ତୁ।

ହଳଦିଆ ସୋରିଷର ଫାଇଦା

-ହଳଦିଆ ସୋରିଷର ମଞ୍ଜି ତ୍ୱଚାରୁ ଅତିରିକ୍ତ ତୈଳ ବାହାର କରି ତ୍ୱଚାରେ ତାଜାପଣ ଭରି ଦେଇଥାଏ।

-ଏହା ନା କେବଳ ତ୍ୱଚାରୁ ମଇଳା ଦୂର କରିଥାଏ, ବରଂ ଏହାକୁ ନମନୀୟ କରିଥାଏ।

-ହଳଦିଆ ସୋରିଷର ମଞ୍ଜି ତ୍ୱଚାର ଟ୍ୟାନିଙ୍ଗ୍‌ ଏବଂ ପିଗ୍‌ମେଣ୍ଟେସନକୁ କମ୍‌ କରିବାରେ ସାହାଯ୍ୟ କରିଥାଏ।

-ଏହି ସୋରିଷର ମଞ୍ଜି ସ୍କିନ୍‌କୁ ସମୟ ପୂର୍ବରୁ ବୁଢ଼ା ହେବାକୁ ଦେଇ ନ ଥାଏ। ଏଥି ସହିତ ଚର୍ମ କୁଞ୍ଚନକୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏଥିରେ କ୍ୟାରୋଟିନ ଏବଂ ଲ୍ୟୁଟିନ ଭଳି ମଲ୍ଟିଭିଟାମିନସ୍‌ ରହିଥାଏ, ଯାହାକି ଭିଟାମିନ A, C ଏବଂ Kର ମିଶ୍ରଣ ହୋଇଥାଏ। ଏହି ସବୁ ପୋଷାକ ତତ୍ତ୍ୱ ମିଶି ଆଣ୍ଟି ଅକ୍ସିଡାଣ୍ଟ ତିଆରି କରି ଥାଆନ୍ତି, ଯଦ୍ଦ୍ଵାରା ଏହା ଚେହେରାରେ ଆଣ୍ଟି ଏଜିଙ୍ଗ ଭଳି କାମ କରିଥାଏ।

Spread the love