୧୪ତମ ସୋର ମହୋତ୍ସବ ଶୁଭାରମ୍ଭ

ସୋର  : ଗତକାଲି ୧୪ତମ ସୋର ମହୋତ୍ସବର ଶୁଭାରମ୍ଭ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଚେୟାରମ୍ୟାନ ଶଶି କୁମାର ସାହୁ ଯୋଗଦେଇ ମହୋତ୍ସବ ଦୀର୍ଘ ଯାତ୍ରା ସମ୍ପର୍କରେ ନିଜର ମତ ପୋଷଣ କରିଥିଲେ । ସଭାପତି ଗୌରୀ ଶଙ୍କର ଘଡେଇ ମହୋତ୍ସବକୁ ଉଦ୍‌ଘାଟନ କରି ସ୍ଥାନୀୟ ବାସିନ୍ଦା ଓ ପାଖ ଅଞ୍ଚଳର ଲୋକ ନିଜ ସମ୍ପର୍କ ଆହୁରି ସୁଦୃଢ଼ କରିବା ପାଇଁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ସୁମନ୍ତ ମହାନ୍ତି, ସମ୍ପାଦକ ଅଜିତ ନାୟକ, ନାୟିକା ବବଲି ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ସଭା ଆରମ୍ଭରେ ଜଗତରନାଥ ଜଗନ୍ନାଥଙ୍କ ଫଟୋରେ ମାଲ୍ୟାର୍ପଣ କରିଥିଲେ । ମହୋତ୍ସବ କମିଟିର ସଦସ୍ୟ ପତିତପାବନ ବାରିକଙ୍କ ବିୟୋଗରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ମହୋତ୍ସବରେ ସମସ୍ତ କମିଟର କର୍ମକର୍ତା ସହଯୋଗ କରିଥିଲେ ।

Spread the love