ଅସୁରକ୍ଷିତ ହୋଇ ପଡିଛି ସୋର – ଔପଦା ରାସ୍ତା

ସୋର, ୧୬/୧୧: ବାଲେଶ୍ଵର ଜିଲ୍ଲା ର ଔପଦା ବନ ବିଭାଗ ଅଧିନ ରେ ଥିବା ସୋର ଥାନା ଅନ୍ତର୍ଗତ ବାଘାଆମ୍ପୁଡା ରାସ୍ତା ରୁ ଔପଦା ଥାନା ଅନ୍ତର୍ଗତ ଦୁର୍ଗାପୁର ରାସ୍ତା ଏବେ ଅସୁରକ୍ଷିତ। ଏହି ରାସ୍ତା ମଝିରେ ଜଙ୍ଗଲ ରହିଥିବାରୁ ଏଠି ଦିନ ଦିପହରରେ ଚୋରି ଡକାୟତି ଚାଲୁଛି । ଏହି ରାସ୍ତା ଔପଦାରୁ ସୋରକୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତା।  ହଜାର ହଜାର ଲୋକ ଯିବା ଆସିବା କରୁଥାନ୍ତି। ପାଖରେ ମଙ୍ଗଳପୁର କଲେଜ ରହିଥିବାରୁ ଛାତ୍ରୀ ମାନେ ଯିବା ଆସିବା କରିବାକୁ ଡ଼ରୁଛନ୍ତି। ସମସ୍ତ ବେପାରୀ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଏହିକିଛି ଦିନ ସେହି ସ୍ଥାନ ରେ ଜଣେ ଗହଣା ବ୍ୟବସାୟୀ ଙ୍କ ଠାରୁ ଗହଣା ଲୁଟ ହୁଇଥିଲା । ପୁଣି ଏଇ କିଛିଦିନ ତଳେ ସନ୍ଧ୍ୟାରେ  ଦୁର୍ବୃତ୍ତମାନେ ଗଛ ଗଡେଇ ରାସ୍ତାକୁ ବନ୍ଦ କରିଥିଲେ। ଏବେ ସେ ଜାଗା ଚୋର ମାନଙ୍କର ପେଣ୍ଠସ୍ଥଳୀ ପାଲଟିଛି। ତେଣୁ ଉଭୟ ସୋର ଓ ଔପଦା ପୋଲିସ ପାଟ୍ରୋଲିଂ କଡାକଡ଼ି କରିବାକୁ ଦାବି ହେଉଛି।

Spread the love