ସାମ୍ବାଦିକ, ଡାକ୍ତର ଓ ନର୍ସଙ୍କୁ ସୋର ବିଜେପି ପକ୍ଷରୁ ସମ୍ବର୍ଦ୍ଧନା

ସୋର, ୧୧/୦୪: କରୋନା ପ୍ରକୋପରୁ ବର୍ତ୍ତିବା ପାଇଁ ସରକାର ଲକଡାଉନ ଘୋଷଣା କରିଥିବାରୁ ଜୀବନ ବିକଳରେ ସମସ୍ତେ ଘରେ ରହୁଛନ୍ତି। ପାଦେ ପାଦେ ବିପଦ ଥିବାରୁ ସମସ୍ତେ ଘରେ ରହିବାକୁ ଉଚିତ ମନେ କରୁଛନ୍ତି ।

ହେଲେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ହାତ ଗଣତି କିଛି ଲୋକ ନିଜ ଜୀବନକୁ ବାଜି ଲଗାଇ ଦେଶ ବଞ୍ଚାଇବା ପାଇଁ କାମରେ ଲାଗି ପଡିଛନ୍ତି। ସେମାନେ ହେଉଛନ୍ତି ଡାକ୍ତର, ନର୍ସ, ଡାକ୍ତର ଖାନାର ସମସ୍ତ କର୍ମଚାରୀ। ସେହିଭଳି ସାମ୍ବାଦିକ, ଆଶା କର୍ମୀ, ସୁରକ୍ଷା କର୍ମୀ, ପୋଲିସ ମଧ୍ୟ ସେମାନଙ୍କ  କର୍ତବ୍ୟ ରୁ କେବେ ଅବହେଳା କରିନାହାନ୍ତି।

ଏହି କରୋନା ଯୋଦ୍ଧାଙ୍କୁ ସୋର ବଜେପି ପକ୍ଷରୁ ଫୁଲ ହାର ଦେଇ ସମ୍ବର୍ଦ୍ଧିତ କରାଯାଇଛି।ସୋର ନିର୍ବାଚନ ମଣ୍ଡଳୀ ର ଦରଦୀ ବନ୍ଧୁ ତଥା ବିଜେପି ନେତା ରାକେଶ ମଲ୍ଲିକ  ସାମାଜିକ ଦୂରତା ରକ୍ଷା କରି ସମସ୍ତଙ୍କୁ ଫୁଲ ହାର ଦେଇ ସମ୍ବର୍ଦ୍ଧିତ କରିଥିଲେ।

Spread the love