ମୋଦୀ ସରକାରଙ୍କର କାର୍ଯ୍ୟକଳାପ ଉପରେ ସୋରରେ ଡିଜିଟାଲ୍‌ ରାଲି

ସୋର, ୨୭/୦୬: ଆଜି ମୋଦୀ ସରକାରଙ୍କର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତୀ ଉପଲକ୍ଷେ ଡିଜିଟାଲ୍‌ ପ୍ଲାଟଫର୍ମ ମାଧ୍ୟମରେ ଏକ ଭର୍ଚ୍ୟୁଆଲ୍‌ ରାଲି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ରାଲିକୁ ରାଷ୍ଟ୍ରିୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମୋଦୀ ସରକାରଙ୍କର ଓଡ଼ିଶା ପ୍ରତି ଗତ ଏକ ବର୍ଷର ଅବଦାନ ବିଷୟ ଯଥା – ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ବାଲେଶ୍ୱର ଜିଲ୍ଲାରେ ଲାଗୁହେବା, କରୋନା ମହାମାରୀ ସମୟରେ ପ୍ରବାସୀ ଓଡ଼ିଆମାନଙ୍କ କଥା ବୁଝିବା ସହିତ ୩ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀମାନଙ୍କୁ ଓଡ଼ିଶା ଫେରାଇ ଆଣିବା, ଫନି ଏବଂ ଅମ୍ଫାନ ମହାବାତ୍ୟା ମୁକାବିଲା ପାଇଁ ଆଗୁଆ ଅର୍ଥ ପ୍ରଦାନ କରିବା, ବିଭିନ୍ନ କେନ୍ଦ୍ରିୟ ଯୋଜନାର ପୂର୍ବ ସରକାରଙ୍କ ତୁଳନାରେ ଅଧିକ ଅର୍ଥ ପ୍ରଦାନ କରିବା, ରାସନ କାର୍ଡରେ ହିତାଧିକାରୀମାନଙ୍କୁ ଆଗୁଆ ଅର୍ଥ ପ୍ରଦାନ, ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ଗ୍ୟାସ ପ୍ରଦାନ, ନିର୍ମାଣ ଶ୍ରମିକ ଏବଂ ଜନଧନ ଯୋଜନାରେ ଆକାଉଣ୍ଟ ଖୋଲିଥିବା ମହିଳାମାନଙ୍କୁ ଅର୍ଥ ପ୍ରଦାନ ପ୍ରଭୃତିର ତଥ୍ୟ ପ୍ରଦାନ କରିଥିଲେ ।

ଏହି ଭର୍ଚ୍ୟୁଆଲ ରାଲିରେ ସୋର ବିଧାୟକ ପ୍ରାର୍ଥୀ ରାକେଶ ମଲିକ, ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ରାଜ୍ୟ ସଂପାଦକ ଗୋଲକ ମହାପାତ୍ର, ଶୋଭନା ମହାନ୍ତି, ମନୀଷା ଚିନ୍ମୟୀ ବେହେରା, ପ୍ରବୀର ଦାସ, ଚନ୍ଦ୍ରଶେଖର ନନ୍ଦ, ଶ୍ରୀନିବାସ ପ୍ରଧାନ ପ୍ରମୁଖଙ୍କ ସହିତ ସୋର ନିର୍ବାଚନ ମଣ୍ଡଳୀରୁ ମୋବାଇଲ ମାଧ୍ୟମରେ ୧୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ । ଏହି ରାଲିରେ ମିହିର ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଈଶ୍ୱର ଚନ୍ଦ୍ର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love